ସତାଅଶୀରେ ଶେଷ ଯାତ୍ରା : ଚାଲିଗଲେ ସଚିନ୍ଙ୍କ କୋଚ୍ ଆଚରେକର ସାର୍

ମୁମ୍ବାଇ : କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ଦେହାନ୍ତ । ଆଜି ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଠିକ୍ ସନ୍ଧ୍ୟା ସାଢ଼େ ୬ଟାରେ ଆଚରେକର ମୁମ୍ବାଇ ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
୧୯୩୨ରେ ଜନ୍ମ ନେଇଥିବା ଆଚରେକର ସଚିନ୍ଙ୍କ ସମେତ ବିନୋଦ କାମ୍ବଲି, ଅଜିତ ଆଗରକର, ଚନ୍ଦ୍ରକାନ୍ତ ପଣ୍ଡିତ, ପ୍ରବୀଣ ଆମ୍ରେଙ୍କ ଭଳି ଷ୍ଟାର ଖେଳାଳିଙ୍କ ପିଲା ବେଳର କୋଚ୍ ଥିଲେ ।
ଭାରତୀୟ କ୍ରିକେଟ୍କୁ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୨୦୧୦ରେ ପଦ୍ମଶ୍ରୀ ଏବଂ ସେହି ବର୍ଷ ଜୀବନ ବ୍ୟାପି ଅବଦାନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସଚିନ୍ ମଧ୍ୟ ତାଙ୍କର ସଫଳତାର ଶ୍ରେୟ ଆଚରେକରଙ୍କୁ ଦେଇଥାନ୍ତି । ଏମିତିକି ପ୍ରତି ଗୁରୁ ଦିବସରେ ସେ ଓ କାମ୍ବଲି ତାଙ୍କୁ ଭେଟି ଆଶୀର୍ବାଦ ନେଇଥାନ୍ତି ।
ରମାକାନ୍ତ ଆଚରେକରଙ୍କ ପରଲୋକରେ ଭାରତୀୟ କ୍ରିକେଟ୍ ଜଗତର ସମସ୍ତ ଖେଳାଳି, କୋଚ୍ ଓ ପ୍ରଶାସକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ (ବସିସିଆଇ) ମଧ୍ୟ ଶୋକ ପ୍ରକଟ କରି ଟ୍ଵିଟ୍ କରିଛି ।