ପୋଲିସକୁ କିଏ ବାନ୍ଧିବ? ‘ନିଜେ କହୁଛି ଦାଦା ବଟିକି ନା’ କିନ୍ତୁ ଟ୍ରାଫିକ ପୋଷ୍ଟରେ ଖୁଲମଖୁଲା କରିଛି ବଟି ଆଦାୟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ପୋଷ୍ଟରେ ଫାଇନ କାଟିବା ବାହାନାରେ ବଟି ଆଦାୟ। ଖାକି ପୋଷାକ ଉପରେ ରଙ୍ଗିନ ଡ୍ରେସ ପିନ୍ଧିବା ପରେ ଆରମ୍ଭ ହେଉଛି ମୂଲଚାଲ। ଫାଇନ କାଟିବା ନେଇ ପ୍ରଥମେ ଟ୍ରକ ଡ୍ରାଇଭର ଓ ପୋଲିସ କନଷ୍ଟେବଳଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ସଲାସୁତୁରାରେ ଛିଡ଼ିଲା ମୂଲଚାଲ। ଏଭଳି ଭାବେ ଭୁବନେଶ୍ୱରରେ ପ୍ରହସନ ପାଲଟିଛି ଯାନବାହନର କଡ଼ାକଡ଼ି ଚେକିଂ। ସିଆରପି ଛକରେ ଦିନଦ୍ୱିପହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଓଭରବ୍ରିଜରେ ନଯାଇ ତଳେ ଟ୍ରକ ଆସିଥିବାରୁ ଟ୍ରାଫିକ ନିୟମ ଭଙ୍ଗ ନେଇ ୫ହଜାର ଟଙ୍କା ଫାଇନ ମାଗିଥିଲେ ପୋଲିସ ବାବୁ ଜଣକ। କିନ୍ତୁ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ପୋଲିସ ସହ ଯୁକ୍ତିତର୍କ କରିଥିଲେ। ପରେ ପୋଲିସ ଜଣକ କାହା ସହ କଥା ହୋଇସାରିବା ପରେ ୨ଶହ ଟଙ୍କାରେ ଟ୍ରକକୁ ଛାଡ଼ି ଦେଇଥିଲେ। ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ କମିସନରେଟ ପୋଲିସ ମୋଟା ଅଙ୍କର ଜରିମନା ଆଦାୟ ନିୟମ କରିଥିବା ବେଳେ ବାସ୍ତବରେ ଏହାର କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.