ଫିଫା ବିଶ୍ୱକପ: ଦ୍ୱିତୀୟ ଦିନରେ ଇରାନକୁ ଭେଟିବ ଇଂଲଣ୍ଡ, ଟାଇଟଲ ଲକ୍ଷ୍ୟରେ ଇଂଲିଶ ଟିମ୍‌

କେନ୍ୟୁଜ୍‌: ଫିଫା ବିଶ୍ୱକପ ଉଦ୍‌ଘାଟିତ ହୋଇଯାଇଛି । କାତାରରେ ଅଲ୍‌ ବେୟତ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚରେ କାତାର ସହିତ ଇକ୍ୱାଡରର ମ୍ୟାଚ୍‌ ହୋଇଥିଲା, ଏହି ମ୍ୟାଚ୍‌ରେ କାତାର ଇକ୍ୱାଡରଠାରୁ ୦-୨ ଗୋଲ ବ୍ୟବଧାନରେ ମ୍ୟାଚ୍‌ ହାରିଥିଲା । ଫିଫା ବିଶ୍ୱକପରେ ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ମ୍ୟାଚ୍‌ରେ ଇଂଲଣ୍ଡ ଫୁଟ୍‌ ବଲ୍‌ ଟିମ୍‌ ଇରାନକୁ ଭେଟିବ । ଏହି ମ୍ୟାଚ୍‌ ଖଲିଫା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଇଂଲଣ୍ଡ ଟିମ୍‌ ଏବଂ ପ୍ରଶଂସକମାନେ ଏହି ଥର ବିଶ୍ୱକପ ଜିତି ଟାଇଟଲ ହାତେଇବା ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି ।

୧୯୬୬ ପରେ ଇଂଲଣ୍ଡ ଫ୍ୟାନ୍ସମାନେ ପ୍ରଥମ ଥର ଅଶା କରିଛନ୍ତି ଟାଇଟଲ ଜିତିବା ପାଇଁ । ପାଖା ପାଖି ୫୦ବର୍ଷ ପୂର୍ବରୁ ଇଂଲଣ୍ଡ ୟୁଇଏଫ୍‌ଏ ଚାମ୍ପିଅନସିପ୍‌ ଲିଗ୍‌ରେ ରନର୍‌ସ ଅପ ହୋଇଥିଲା ।ଇଂଲଣ୍ଡ ଫୁଟ୍‌ ବଲ୍‌ ଖେଳାଳି ହ୍ୟାରି କେନ୍‌ଙ୍କ ଉପରେ ଦଳ ଭରୋସା କରିଛି । ସେ ୨୦୧୮ ଫିଫା ବିଶ୍ୱକପରେ ୬ଟି ଗୋଲ କରି ଗୋଲ୍ଡେନ୍‌ ବୁଟ୍‌ ଜିତିଥିଲେ ଏବଂ ଇଂଲଣ୍ଡକୁ ସେମିଫାଇନାଲକୁ ପହଞ୍ଚାଇଥିଲେ ।

ସେ ୭୫ ମ୍ୟାଚରେ ମ୍ୟାଚ୍‌ ଖେଳି ୫୧ଟି ଗୋଲର ଅଧିକାରୀ ହୋଇଛନ୍ତି । ସମସ୍ତେ ଆଶା କରୁଛନ୍ତି ସେ ଟଟ୍‌ନହମ ହଟ୍‌ସପର (Tottenham Hotspur) ର ଷ୍ଟ୍ରାଇକର ମାର୍କ ରନିଙ୍କ ୫୩ ଗୋଲର ରେକର୍ଡକୁ ଭାଙ୍ଗିଦେବେ । କାରଣ ରନିଙ୍କ ସମକକ୍ଷ ହେବା ପାଇଁ ଆଉ ଦୁଇଟି ମାତ୍ର ଗୋଲ ଅଛି, ଆଶା କରାଯାଉଛି ଏହି ଇରାନ ବିପକ୍ଷ ମ୍ୟାଚ୍‌ରେ ୨ ଗୋଲ ମାରି ରନିଙ୍କ ରେକର୍ଡ କୁ ଭାଙ୍ଗିବେ ।ଆଜିର ଦ୍ୱିତୀୟ ମ୍ୟାଚ୍‌ ରେ ସିନେଗାଲ କୁ ଭେଟିବ ନେଦରଲାଣ୍ଡସ୍‌ । ଏହି ମ୍ୟଚ୍‌ରେ କଡ଼ା ଟକ୍କର ହେବା ନେଇ ଦର୍ଶକ ଆଶା କରୁଛନ୍ତି । ସ୍ପୋର୍ଟସ େଓ୍ଵବ୍‌ସାଇଟ୍‌ରେ ନେଦରଲାଣ୍ଡ୍‌ସ ଜିତିବା ନେଇ ଦର୍ଶକମାନେ ଅଧିକ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.