ନବରଙ୍ଗପୁର(କେନ୍ୟୁଜ୍): ଗ୍ୟାସ ବୋଝେଇ ଗାଡି ଧକ୍କାରେ ଜଣେ ମୃତ। ମୃତକ ହେଲେ କୋସାଗୁମୁଡ଼ା ବ୍ଲକ ସନ୍ତୋଷପୁର ଗାଁର ରତନ ମାଝୀ। କ୍ଷତିପୂରଣ ଦାବିରେ ସନ୍ତୋଷପୁର ମୁଖ୍ୟ ରାସ୍ତାରେ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।
ନବରଙ୍ଗପୁର ଜିଲ୍ଲାରୁ ଛତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବାଧା ପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ପୋଲିସ କିମ୍ବା କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି।