ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋହିତ ଭାଟି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ‘ରାଓ୍ଵଡି ଭାଟି ‘ ନାମରେ ବେଶ ଜଣାଶୁଣା ।
ମିଳିଥିବା ସୂଚନା ଅନୁଯାୟୀ, ରୋହିତ ତାଙ୍କ ସାଙ୍ଗମାନଙ୍କ ସହତ କୌଣସି ଏକ ପାର୍ଟିରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ରାତି ୩ଟାରେ ଏହି ଦୁର୍ଘଟଣା ହୋଇଛି। ଏକ କାରରେ ପାର୍ଟି ସାରି ଘରକୁ ଫେରୁଥିବା ବେଳେ ଚୁହଡପୁର ଅଣ୍ଡରପାସ୍ ନିକଟରେ ଗାଡି ଅନିୟନ୍ତ୍ରିତ ହୋଇ ଗଛରେ ଧକ୍କା ହୋଇଥିଲା।ଫଳରେ ରୋହତଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାର ଖବର ପାଇ ନିକସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ରୋହିତଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । କାରରେ ଥିବା ଅନ୍ୟ ଦୁଇ ଜଣ ସାଙ୍ଗକୁ ପୋଲିସ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି। ସେମାନଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି।
View this post on Instagram
ରୋହିତ ଭାଟି ଗୁଜୁରାଟର ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର ଥିଲେ । ସେ ଫେସବୁକ ଏବଂ ଇନଷ୍ଟାଗ୍ରମରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରୁଥିଲେ । ରୋହିତଙ୍କ ଇନଷ୍ଟାଗ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ରୋହିତଙ୍କ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ଦୁର୍ଘଟଣା ପରେ ରୋହିତଙ୍କ କାରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
View this post on Instagram