ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ବଡ଼ ଖବର । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ । ବେଲ୍ ଆବେଦନକୁ ଖାରଜ କଲେ ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଏତଲା ଦେଇଥିଲେ । ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ । ଏହି ମାମଲାରେ ଅକ୍ଷୟ ପରିଜାଙ୍କୁ ଦୁଇ ଦୁଇ ଥର ପଚରାଉଚରା କରିଥିଲା ଇଡି ।