କେନ୍ୟୁଜ୍(ବ୍ୟୁରୋ):ଆନ୍ଦୋଳନରେ ସମ୍ପୃକ୍ତ ନଥିବା ସମ୍ବଲପୁର ବାର୍ ଆସୋସିଏସନର ଓକିଲଙ୍କ ନିଲମ୍ବନ ପ୍ରତ୍ୟାହାର କଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ-BCI । ହେଲେ ଯେଉଁ ୫୪ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ ହୋଇଛି ସେମାନଙ୍କୁ କୋର୍ଟ ପରିସର ମନା କରାଯାଇଛି । ଗତକାଲି ୧୧ ଓକିଲଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଥିଲା ବାର୍ କାଉନସିଲ ଅଫ୍ ଇଣ୍ଡିଆ ।
ଲାଇସେନ୍ସ ରଦ୍ଦ ହୋଇଥିବା ଓକିଲଙ୍କୁ କୈଫିୟତ ତଲବ କରିବା ସହ ଆସନ୍ତା ଫେବୃଆରୀ ୧୫ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛି ବିସିଆଇ । ଗଣ୍ଡଗୋଳ ଘଟଣାର ଯାଞ୍ଚ ପାଇଁ ବିସିଆଇର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠିତ ହୋଇଛି । ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଡିପି ଧଳ, ମାନସ ମହାପାତ୍ର ଏବଂ ଜଶୋବନ୍ତ ଦାସ । ଜାନୁଆରି ୧୫ ତାରିଖ ସୁଦ୍ଧା ବିସିଆଇକୁ ରିପୋର୍ଟ ଦେବ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ।