ଅନୁଭବଙ୍କ ଫିଲ୍ମ ସୁଟିଂ ବେଳର ଫଟୋକୁ ନେଇ ପଡିଲା ଯବନିକା, ଫିଲ୍ମ ପ୍ରମୋସନ୍‌ ପାଇଁ ଜାଣିଣୁଣି ଏମିତି କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):ଫିଲ୍ମ ବାହାଘରର ମିଛ ଖବର । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ସୁଟିଂ ବେଳର ଭାଇରାଲ୍‌ ଫଟୋକୁ ଦିନତମାମ ପ୍ରସାରିତ କଲେ କିଛି ଗଣମାଧ୍ୟମ । ଅନୁଭବ ବର ବେଶରେ ଜଣେ ଯୁବତୀଙ୍କ ସହ ବେଦୀରେ ବସିଥିବା ଫଟୋକୁ ନେଇ ଅନୁଭବଙ୍କ ଦ୍ଵିତୀୟ ଇନିଂସ କହି ଖବର ଚଲାଇଲେ। ତେବେ ଏହା ଅନୁଭବଙ୍କ ସତସତିକା ବିବାହ ନଥିଲା, ବରଂ ଭାଇରାଲ୍‌ ହୋଇଥିବା ଫଟୋଟି ତାଙ୍କ ଆଗାମୀ ଚଳଚ୍ଚିତ୍ରର ଏକ ଦୃଶ୍ୟ ।

ସୁଟିଂ ସେଟ୍‌ରୁ ଉକ୍ତ ଫଟୋକୁ କେହି ଭାଇରାଲ୍‌ କରିବା ପରେ ଅନୁଭବ ଦ୍ଵିତୀୟ ବିବାହ କରିଥିବା ଗୁଜବ ସୃଷ୍ଟି କରିଥିଲା । ‘ଲଭ୍‌ ୟୁ ଲଣ୍ଡନ’ ଚଳଚ୍ଚିତ୍ରରେ ଅନୁଭବଙ୍କ ସମେତ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି । ତେବେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଭାଇରାଲ୍‌ ଫଟୋକୁ ଲୋକେ ସତ ବୋଲି ଭାବି ନେଇଥିଲେ । ତେବେ ଅନୁଭବଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ କେହି ଏଭଳି କରିଥିବା କୁହାଯାଉଥିବା ବେଳେ ଚଳଚ୍ଚିତ୍ରର ପ୍ରମୋସନ୍‌ ପାଇଁ ଜାଣିଣୁଣି ଏମିତି କରାଯାଇଛି ବୋଲି ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.