ଭୁବନେଶ୍ୱରରେ ଗାଡ଼ି କାଚଭଙ୍ଗା ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): କାଚଭଙ୍ଗା ଲୁଟେରା ଗ୍ୟାଙ୍ଗ । ରାଜଧାନୀରେ ଗାଡ଼ି କାଚ ଭାଙ୍ଗି ଲୁଟ୍‌ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ୪ ଅଭିଯୁକ୍ତ ଗିରଫ । ସ୍ପେଶାଲ ସ୍କ୍ଵାଡକୁ ମିଳିଲା ବଡ଼ ସଫଳତା । ବିଶେଷକରି ପୂଜା ସମୟରେ ଅଭିଯୁକ୍ତମାନେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାର୍କିଂ ଗାଡ଼ିରୁ କାଚ ଭାଙ୍ଗି ଟଙ୍କା ଓ ଅନ୍ୟ ଜିନିଷପତ୍ର ଲୁଟି ନେଇଥିଲେ। ଏମାନଙ୍କ ପାଖରୁ ନଗଦ ଟଙ୍କା, ଗ୍ଲାସ ବ୍ରେକର, ମୋବାଇଲ ଫୋନ, ଲାପଟପ, ପର୍ସ ଓ ଭ୍ୟାନିଟି ଜବତ ହୋଇଛି। କଟକ ଓ ଭୁବନେଶ୍ୱରରେ ଏମାନଙ୍କ ନାଁରେ ମୋଟ ୧୧ଟି ମାମଲା ରହିଛି।

ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆସାମ ଓ ବିହାରରେ ଗ୍ୟାଙ୍ଗ ନାଁରେ ଡକାୟତିି, ଚୋରି, ଛିନତାଇ ଆଦି ମାମଲା ରହିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଲଜରେ ରହି ଛକ ଅଞ୍ଚଳକୁ ରେକି କରନ୍ତି ଓ ପରେ କାଚ ଭାଙ୍ଗି ଲୁଟ ଥିଲେ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.