ନୂଆଦିଲ୍ଲୀ : ମେଟାର ମେସେଜିଂ ଆପ୍ ହ୍ଵାଟ୍ସଆପ୍ କୁ ବିଶ୍ୱର କୋଟି କୋଟି ଲୋକ ବ୍ୟବହାର କରିଥାନ୍ତି । କମ୍ପାନୀ ତା’ର ୟୁଜର୍ସଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଅପଡେଟ ଦେଇଥାଏ । ଏବେ କମ୍ପାନୀ ଏକ ନୂଆ ଫିଚର ଲଞ୍ଚ କରିଛି, ଯାହାଦ୍ୱାରା ଆପଣଙ୍କ ଭୁଲରେ ଡିଲିଟ୍ ହୋଇଯାଇଥିବା ମେସେଜକୁ ପୁଣି ଫେରିପାଇ ପାରିବେ । ସୂଚନାଯୋଗ୍ୟ, ହ୍ଵାଟ୍ସଆପ ସୋମବାର ନୂଆ ଫିଚର ‘‘Accidental delete’’ ଫିଚର ଆରମ୍ଭ କରିଛି ।
କେମିତି କରିଥାଏ କାମ
କମ୍ପାନୀ କହିଛି, ଯେବେ ଆପଣ କିଛି ଭୁଲ ବ୍ୟକ୍ତି ବା ଗ୍ରୁପକୁ ମେସେଜ ପଠାଇ ଦିଅନ୍ତି ଓ ଭୁଲରେ ‘ଡିଲିଟ ଫର ଏଭ୍ରିଓ୍ଵାନ’ ବଦଳରେ ‘ଡିଲିଟ ଫର ମି’ କରିଦିଅନ୍ତି, ସେତେବେଳେ ସମସ୍ୟା ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ‘Accidental delete’ ଫିଚର ଆରମ୍ଭ କରାଯାଇଛି । ଯେଉଁଥିରେ ଆପଣ ଡିଲିଟ ଫର ମି ପରିବର୍ତ୍ତେ ଡିଲିଟ ଫର ଏଭ୍ରିଓ୍ଵାନ କରିପାରିବେ ।
ଦେଇଥାଏ ମେସେଜକୁ ଅନ ଡୁ କରିବାର ସୁବିଧା
ଏହି ଫିଚର୍ସ ୟୁଜର୍ସକୁ ଡିଲିଟ କରାଯିବା ମେସେଜକୁ ଶୀଘ୍ର ଅନ ଡୁ କରିବା ପାଇଁ କିଛି ସେକେଣ୍ଡ ଦେଇଥାଏ । ଏହି ଫଚର୍ସ ଏଣ୍ଡ୍ରଏଡ ଓ ଆଇଫୋନ ରେ ସବୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଟେ ।