ଏପ୍ରିଲ ୧ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ କମିବ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌! ଘୋଷଣା କଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ମହଙ୍ଗା ମାଡ଼ ଭିତରେ ରାଜସ୍ଥାନ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଘୋଷଣା କରିଛନ୍ତି କି, ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୫୦୦ ଟଙ୍କା ପର୍ଯ୍ୟନ୍ତ କମିବ। ଗେହଲଟ୍‌ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଏବଂ ଉଜ୍ଜ୍ୱଳା ଯୋଜନାରେ ନାମାଙ୍କିତ ଲୋକଙ୍କ ପାଇଁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଉପଲବ୍ଧ କରାଇବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟ୍‌ ସୋମବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। କହି ରଖୁଛୁ, ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଗେହଲଟ୍‌ କହିଥିଲେ, ‘ମୁଁ ଏବେ କେବଳ ଗୋଟିଏ ହିଁ କଥା କହିବାକୁ ଚାହୁଁଛି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କୁ ଏଲ୍‌ପିଜି ସଂଯୋଗ ଏବଂ ଗ୍ୟାସ୍‌ ଚୁଲ୍ଲି ତ ଦେଉଛନ୍ତି, କିନ୍ତୁ ସିଲିଣ୍ଡର ଖାଲି ରହୁଛି। କାହିଁକି ନା, ଏହାର ଦାମ୍‌ ବର୍ତ୍ତମାନ ୪୦୦ ଟଙ୍କାରୁ ବଢ଼ି ୧,୦୪୦ ଟଙ୍କା ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.