(କେନ୍ୟୁଜ): ପୂର୍ବତନ ରେଳ ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଘରେ CBI ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ସିବିଆଇ ରେଡ୍ କରିଛି । ଭୁବନେଶ୍ୱରର ୨ଟି, କଟକ ଏବଂ ଜଗତସିଂହପୁରରେ ଏକକାଳୀନ ରେଡ୍ କରୁଛି ସିବିଆଇର ୫ଟି ଟିମ୍ । ରେଲୱେରେ କାର୍ଯ୍ୟରତ ଅଫିସର ପି.କେ ଜେନାଙ୍କ ଘରେ ଚାଲିଛି ଚଢାଉ । ଜରୁରୀକାଳୀନ କାଗଜପତ୍ର, ନଗଦ ଟଙ୍କା, ବ୍ୟାଙ୍କ ଡିପୋଜିଟ୍, ପାସପୋର୍ଟ, ସୁନା ଅଳଙ୍କାର ଏବଂ ଫ୍ଲାଟ୍ର ସନ୍ଧାନ ପାଇଛି ସିବିଆଇ । ଦୁଇ ମାସ ତଳେ ଚାକିରିରୁ ଅବସର ନେଇଛନ୍ତି ପ୍ରମୋଦ କୁମାର ଜେନା।