ସୁନ୍ଦରଗଡ଼(କେନ୍ୟୁଜ୍): ଝାରସୁଗୁଡାରୁ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ। ସୁନ୍ଦରଗଡ ତଲସରା ଥାନା ଇବ ନଦୀ କନା କୁଣ୍ଡରେ ଭାସିଗଲେ ଯୁବକ। କନା କୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଜାରି ରହିଛି। ନିଖୋଜ ଯୁବକ ଦ୍ବୟ ହେଲେ ଚନ୍ଦନ ମେହେର ଓ ମୁକେଶ ମେହେର।