ଟେନିସ ତାରକା ମାର୍ଟିନା ନାଭ୍ରାତିଲୋଭାଙ୍କୁ ଗଳା ଓ ସ୍ତନ କ୍ୟାନ୍ସର, ପ୍ରଥମ ଷ୍ଟେଜରେ ଥିବାରୁ ଭଲ ହେବା ଆଶା ଉଜ୍ଜଳ

ଆମେରିକାର ପୂର୍ବତନ ଟେନିସ ତାରକା ମାର୍ଟିନା ନାଭ୍ରାତିଲୋଭା କ୍ୟାନ୍ସର (କର୍କଟ) ରୋଗରେ ପୀଡିତ ଥିବା ଜଣାପଡିଛନ୍ତି । ୬୬ ବର୍ଷ ବୟସ୍କା ଚେକୋସ୍ଲୋଭାକିଆରେ ଜନ୍ମିତ ଏହି ଟେନିସ ତାରକା ଆମେରିକା ପକ୍ଷରୁ ଖେଳୁଥିବା ଜଣେ ଜଣାଶୁଣା ଟେନିସ ତାରକା । ଗ୍ରାଣ୍ଡ ସିଙ୍ଗଲସରେ ୧୮ ଥର ଚମ୍ପିଆନ ହୋଇଥିବା ମାର୍ଟିନା ପ୍ରଥମ ଥର ପାଇଁ କର୍କଟ ରୋଗରେ ପୀଡିତ ହୋଇ ନାହାଁନ୍ତି, ଏହା ପୂର୍ବରୁ ୨୦୧୦ ମସିହାରେ ସେ ସ୍ତନ କର୍କଟରେ ପୀଡିତ ଥିବା ଜଣାଯାଇଥିଲା ।

ତେବେ ୬ ମାସ ପରେ ସେ ସ୍ତନ କର୍କଟ ରୋଗରୁ ଚିକିତ୍ସିତ ହୋଇଥିଲେ । ହେଲେ ଚଳିତ ନଭେମ୍ବର ମାସରେ ଏହି ଟେନିସ ତାରକା ପୁଣି ଥରେ ଗଳା କର୍କଟ ରୋଗରେ ପୀଡିତ ଥିବା ଜଣା ପଡିଥିଲେ । ତେବେ ବାୟୋପ୍ସି ପରେ ତାହା ଏତେ ଭୟଙ୍କର କର୍କଟ ନୁହେଁ ବୋଲି ଜଣାପଡିଥିଲା । ଏହି କର୍କଟ ରୋଗ ଚିକିତ୍ସା ଦ୍ୱାରା ଭଲ ହୋଇ ପାରିବ ବୋଲି ଡାକ୍ତରମାନେ କହିଛନ୍ତି । ମାର୍ଟିନଙ୍କ ଗଳାରେ ଦେଖା ଯାଇଥିବା ଲିମ୍ଫୋ ନଡ୍‌ ଏତେ ମାରାତ୍ମକ ନୁହେଁ, ତେଣୁ ତାଙ୍କର କର୍କଟ ଭଲ ହୋଇପାରିବ ବୋଲି ଡାକ୍ତରମାନେ କହିଛନ୍ତି ।

ମାର୍ଟିନଙ୍କ କର୍କଟ ଏଚପିଭି ଟାଇପ ଯାହା ଭଲ ହେବାରେ ଆଶା ଅଧିକ ରହିଛି । ମାର୍ଟିନଙ୍କ ଏହି କର୍କଟ ପ୍ରାଥମିକ ଷ୍ଟେଜରେ ଥିବାରୁ ଏହାର ଚିକିତ୍ସା ସହଜରେ ହୋଇପାରିବ ବୋଲି ଡାକ୍ତରମାନେ ଆଶାବାଦୀ ଅଛନ୍ତି । ମାର୍ଟିନଙ୍କ ଚିକିତ୍ସା ନ୍ୟୁଓ୍ଵର୍କରେ ହେଉଥିବା ଜଣାଯାଇଛି । ମହିଳା ଟେନିସକୁ ନାଭ୍ରାତିଲୋଭା ଏକ ନୂଆ ଦିଗ ଦେଇଛନ୍ତି । ସେ େଓ୍ଵମ୍ବଳଡନରେ ୭ ଟି ମହିଳା ଡବଲସ ଜିତିବା ସହ ୪ଟି ମିକ୍ସ ଡବଲସ ମଧ୍ୟ ଜିତିଛନ୍ତି । ୨୦୧୪ ରେ ମାର୍ଟିନ ତାଙ୍କ ଦୀର୍ଘକାଳୀନ ପାର୍ଟନର ଜୁଲିଆ ଲେମିଗୋଭାଙ୍କୁ ବିବାହ କରିଛନ୍ତି । ଏବେ ସେ ମିଆମିରେ ତାଙ୍କର ଦୁଇ ଝିଅଙ୍କ ସହ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.