Below header

ସୁନା ଦୋକାନରୁ ଲୁଟ ଘଟଣାର ପର୍ଦ୍ଦାଫାସ୍‌, ୭ ଡକାୟତଙ୍କୁ ଗିରଫ କଲା ଆସିକା ପୋଲିସ

ଭଞ୍ଜନଗର(କେନ୍ୟୁଜ୍):  ସୁନା ଦୋକାନରୁ ଲୁଟ ଘଟଣାରେ ଆସିକା ପୋଲିସକୁ ସଫଳତା। ୭ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ଅଳଙ୍କାର ଜବତ ହୋଇଛି। ଏହା ସହ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମାରଣାସ୍ତ୍ର, ୩ ଟି ବାଇକ, ୧୪ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଡିସେମ୍ବର ୧୫ରେ ଆସିକାର ଜନ ଗହଳିପୂର୍ଣ୍ଣ ବଜାର ସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସରୁ ହୋଇଥିଲା ଲୁଟ। ଦୋକାନ ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ମାଉଜର ଦେଖାଇବା ସହ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିଥିଲେ ଦୁର୍ବୃତ୍ତ। ଏନେଇ ପୋଲିସ ପକ୍ଷକରୁ ତନାଘନା ତଦନ୍ତ ଆରମ୍ଭ ହୋଇଥିଲା। ୭ଲୁଟେରାଙ୍କୁ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳାଇ। ଲୁଟ ପୂର୍ବ ଯୋଜନା ମୁତାବକ ହୋଇଥିଲା ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.