Below header

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟ୍‌କୁ ବହୁତ ଜଲ୍‌ଦି ଆସିବେ ନୂଆ ଭଡ଼ାଟିଆ; ମାସିକ ଭଡ଼ା ଜାଣିଲେ ବିଶ୍ୱାସ କରି ପାରିବେ ନାହିଁ ଆପଣ

ସୁଶାନ୍ତ ସିଂ ରାଜପୁତ ରହୁଥିବା ଫ୍ଲାଟ୍‌ରେ ରହିବେ ନୂଆ ଭଡ଼ାଟିଆ। ଦିବଂଗତ ଅଭିନେତାଙ୍କ ନିଧନକୁ ଅଢ଼େଇରୁ ଅଧିକ ବର୍ଷ ବିତିଗଲାଣି। ଏତେ ସମୟ ବିତିଯିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଏହାରି ଭିତରେ କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଯେଉଁ ଘରେ ସୁଶାନ୍ତଙ୍କ ମୃତଦେହ ଝୁଲୁଥିବାର ଦେଖାଯାଇଥିଲା, ସେଠାକୁ ଖୁବ୍‌ଶୀଘ୍ର ଜଣେ ନୂଆ ଭଡ଼ାଟିଆ ଆସିବେ। ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିବା ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଟର ରୋଡରେ ଥିବା ଏହି ବିଳାସପୂର୍ଣ୍ଣ ଘରେ ରହୁଥିଲେ।

୨୦୨୦, ଜୁନ୍‌ ମାସରେ ଲକ୍‌ଡାଉନ ସମୟରେ ସୁଶାନ୍ତ ଏହି ଫ୍ଲାଟ୍‌ରେ ହିଁ ଆତ୍ମହତ୍ୟା କରିଥିଲେ। ପୋଲିସ ତଦନ୍ତରେ ଅଭିନେତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଥିଲା। ସେପଟେ ଫ୍ୟାନ୍‌ମାନଙ୍କ କହିବା ଥିଲା କି, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପର ଠାରୁ ହିଁ ଏହି ଫ୍ଲାଟ ଖାଲି ପଡିଛି। କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ ଏଠାକୁ ଜଣେ ନୂଆ ଭଡ଼ାଟିଆ ରହିବା ପାଇଁ ଆସୁଛନ୍ତି।

କହି ରଖୁଛୁ, ଘର ମାଲିକ ବିଦେଶରେ ରୁହନ୍ତି ଏବଂ ସେ ଏହି ଘର ପାଇଁ ନୂଆ ଭଡ଼ାଟିଆ ଖୋଜୁଛନ୍ତି। ଯଦିଓ ଘରର ଭଡ଼ା ସାଧାରଣ ଘରଠାରୁ ଅଧିକ ରହିଛି। ଏହି ଘରକୁ ଭଡ଼ାରେ ନେବାକୁ ହେଲେ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦେବାକୁ ହେବ।

ଖୁବ୍‌ ଜଲ୍‌ଦି ଫାଇନାଲ ହୋଇପାରେ ଡିଲ୍‌

ମିଡିଆ ରିପୋର୍ଟ ମୁତାବକ, ଘର ମାଲିକଙ୍କ ସହ ଏକ ଇଚ୍ଛୁକ ପାର୍ଟିର ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଡିଲ୍‌ ଫାଇନାଲ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ସୁଶାନ୍ତ ଏହି ଘରକୁ ତିନି ବର୍ଷ ପାଇଁ ନେଇଥିଲେ। ଅଭିନେତାଙ୍କ ସହ ତାଙ୍କ ସାଙ୍ଗ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି ଏବଂ ହେଲ୍‌ପର ନୀରଜ ଓ କେଶବ ମଧ୍ୟ ରହୁଥିଲେ। ଜୁନ୍‌ ୧୪, ୨୦୨୦ରେ ଘରର ବେଡ୍‌ରୁମ୍‌ରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.