Below header

ବ୍ରିଟିଶ ରାଜ ପରିବାରରେ ମାରପିଟ! ରାଣୀ ଏଲିଜାବେଥ୍‌ଙ୍କ ଦୁଇ ନାତିଙ୍କ ମଧ୍ୟରେ ହାତାହାତି; ପ୍ରିନ୍ସ ହ୍ୟାରି କହିଲେ, ‘ଭାଇ ମୋ କଲର ଧରି….

ପ୍ରିନ୍ସ ହ୍ୟାରି ନିଜ ଆତ୍ମଜୀବନୀ ପୁସ୍ତକ ‘ସ୍ପେୟର’ରେ ବ୍ୟକ୍ତିଗତ ଜୀବନର ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ଏହି ପୁସ୍ତକ ୧୦ ଜାନୁଆରୀରେ ପ୍ରକାଶିତ ହେବାକୁ ଯାଉଛି। ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗଗୁଡିକ ମଧ୍ୟରେ ଏମିତି ଏକ ଅଭିଯୋଗ ରହିଛି, ଯାହାକି ରୟାଲ ପରିବାରରେ ଆଲୋଡ଼ନ ସୃଷ୍ଟି କରିଛି। ବାସ୍ତବରେ, ପ୍ରିନ୍ସ ହ୍ୟାରି ନିଜ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ଉପରେ ଶାରୀରିକ ଆକ୍ରମଣର ଅଭିଯୋଗ ଲଗାଇଛନ୍ତି। ଏହି ଅଭିଯୋଗରୁ ଜଣାପଡିଛି ଯେ ରୟାଲ ପରିବାରରେ ସବୁକିଛି ଠିକ୍ ଚାଲୁନାହିଁ।

ପ୍ରିନ୍ସ ହ୍ୟାରି ଗମ୍ଭୀର ଅଭିଯୋଗ ଲଗାଇ କହିଛନ୍ତି କି, ‘ପାରସ୍ପରିକ ଯୁକ୍ତିତର୍କ ଭିତରେ ବଡ଼ ଭାଇ ପ୍ରିନ୍ସ ୱିଲିୟମ୍ ମୋ କଲର ଧରି ପକାଇଥିଲେ ଏବଂ ମୋତେ ଚଟାଣ ଉପରେ ଠେଲି ଦେଇଥିଲେ, ଯଦ୍ଦ୍ଵାରା କି, ମୁଁ କୁକୁରର ଖାଇବା ପାତ୍ର ଉପରେ ଯାଇ ପଡ଼ିଥିଲି। ଏହି କାରଣରୁ ମୋ ପୋଷାକ ଛିରି ଯାଇଥିଲା ଏବଂ ପିଠି ଉପରେ ଅନେକ କ୍ଷତ ସୃଷ୍ଟି ହୋଇଥିଲା। ମୁଁ କିଛି କ୍ଷଣ ପାଇଁ ସେଠାରେ ପଡ଼ି ରହିଲି। ଏହି ଘଟଣାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଏହାପରେ ନିଜ ଗୋଡ଼ରେ ଛିଡ଼ା ହେଲି ଏବଂ ତାଙ୍କୁ ବାହାରକୁ ଯିବା ପାଇଁ କହିଲି। କିନ୍ତୁ ସେ ଜିଦ୍‌ରେ ଅଟଳ ରହିଥିଲେ’।

ସେପଟେ ପ୍ରିନ୍ସ ହ୍ୟାରିଙ୍କର ଏହି ଖୁଲାସା ପରେ ରୟାଲ ପରିବାରରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଲାଗୁଛି, ଯେପରି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରୟାଲ ପରିବାରର ପରିବେଶ ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ମୁତାବକ, ପ୍ରିନ୍ସ ୱିଲିୟମ୍ ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ମେଗନଙ୍କୁ ଭୟଙ୍କର ଓ ଅସଭ୍ୟ ବୋଲି କହିଥିଲେ।

ଲଢ଼େଇ ସେତେବେଳେ ବଢ଼ି ଯାଇଥିଲା, ଯେତେବେଳେ ୱିଲିୟମ୍ ହ୍ୟାରିଙ୍କ କଲର ଧରି ପକାଇଥିଲେ। ଏଥିସହ ଶାରୀରିକ ଆକ୍ରମଣ ବିଷୟରେ ଉଲ୍ଲେଖ କରି ପ୍ରିନ୍ସ ହ୍ୟାରି କହିଛନ୍ତି ଯେ ତାଙ୍କ ପିଠିରେ ଏବେ ମଧ୍ୟ ସେହି ଆଘାତ ଚିହ୍ନ ଦେଖାଯାଉଛି। ହ୍ୟାରି ଆହୁରି ବି ଖୁଲାସା କରିଛନ୍ତି, ସେ ଏହି ଘଟଣା ବିଷୟରେ ତାଙ୍କ ପତ୍ନୀ ମେଗନ୍ ମାର୍କଲେଙ୍କୁ କହି ନ ଥିଲେ, କିନ୍ତୁ ପରେ ସେ ତାଙ୍କ ପିଠିରେ ଆଘାତ ଚିହ୍ନକୁ ନୋଟିସ୍‌ କରିଥିଲେ, ଯାହାକୁ ନେଇ ମେଗନ୍‌ ଦୁଃଖି ହୋଇ ଯାଇଥିଲେ। କହି ରଖୁଛୁ, ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ପୁସ୍ତକ ଆସନ୍ତା ସପ୍ତାହରେ ସାରା ବିଶ୍ୱରେ ପ୍ରକାଶିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.