ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ଖସିଗଲା ମହିଳାଙ୍କ ଗୋଡ, ଘୋଷାଡି ଆଣିଲେ ଆରପିଏଫ ଯବାନ

ବିପଦ ମୁହଁରୁ ବଞ୍ଚିଗଲେ ମହିଳା। ନ ହେଲେ ଚାଲିଯାଇଥାନ୍ତା ଜୀବନ । ସାମାନ୍ୟ ଟିକେ ମାତ୍ର ଅସାବଧାନତା ଯୋଗୁଁ ଚାଲିଯାଇଥାନ୍ତା ଜୀବନ । ହେଲେ ବଞ୍ଚାଇ ଦେଲେ ସହକର୍ମୀ ଏବଂ ଆରପିଏଫ ଯବାନ । ଏମିତି ଏକ ଘଟଣା ମୁମ୍ବାଇ ଦାଦର ରେଲେଓ୍ଵ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ ଖସିଯାଇଥିଲା। ଆଉ ଦେଖୁ ଦେଖୁ ଯାତ୍ରୀ ଜଣକ ଖସିପଡିଲେ । ଆଉ ଟିକେ ମାତ୍ର ଅବହେଳା ହୋଇଥିଲେ ଜୀବନ ଚାଲିଯାଇଥାନ୍ତି। କିନ୍ତୁ ମହିଳା ଜଣକ ଚଢୁଥିବା ବେଳେ ତାଙ୍କ ପଛରେ ରହିଥିବା ଆଉ ଜଣେ ବ୍ୟକ୍ତି ଏବଂ ଆରପିଏଫ ଯବାନ, ପୋଲିସ ତାଙ୍କୁ ତଳକୁ ଖସିପଡିବା ବେଳେ ଧରି ନେଇଥିଲେ । ଆଉ ଟ୍ରେନ ତଳୁ ଘୋଷାଡି ଆଣିଥିଲେ । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ମହିଳା ଜଣକ ଜୀବନ ବଞ୍ଚିଯାଇଥିଲା ।

ଯାତ୍ରୀ ଜଣକ ପଡିଯିବା ସମୟରେ ଉପସ୍ଥିତ ଥିବା ଆରପିଏଫ ଯବାନ ଘୋଷାଡି ଆଣିଥିଲେ। ଆଉ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା । ଏହାର ଭିଡିଓ ଭାଇରଲ ହେଉଛି ।

ଦେଖନ୍ତୁ ଭିଡିଓ :

ତେବେ ଆପଣ ମଧ୍ୟ କେବେ ଏମିତି ଭୁଲ୍‌ କରନ୍ତୁ ନାହିଁ । କୌଣସି ସ୍ଥାନକୁ ଯାତ୍ରା କରୁଥିବା ବେଳେ ଟ୍ରେନର ସମୟ ପୂର୍ବରୁ ପହଞ୍ଚନ୍ତୁ। ଷ୍ଟେସନରେ ହେଉଥିବା ଘୋଷଣାକୁ ଧ୍ୟାନ ଦିଅନ୍ତୁ । ଆଉ ଟ୍ରେନ ଯେଉଁ ପ୍ଲାଟଫର୍ମରେ ଆସିବ, ସେଠାରେ ଯାଇ ଅପେକ୍ଷା କରନ୍ତୁ । ଟିକେ ମାତ୍ର ଅସାବଧାନତା ହେଲେ ଜୀବନ ଚାଲିଯାଇପାରେ । ତେଣୁ ସବୁବେଳେ ସେଥିପ୍ରତି ସଜାଗ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.