ବାଙ୍କୀ(କେନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ ବାଙ୍କୀ ଥାନାଅନ୍ତର୍ଗତ କୁଶପଙ୍ଗି ପଞ୍ଚାୟତର ନିସ୍ତିପୁର ଗ୍ରାମରେ ପୂର୍ବତନ୍ ସରପଞ୍ଚଙ୍କ ଘର ସମ୍ମୁଖରେ ଥିବା ଗାଡି ଉପରକୁ ବୋମା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ପୂର୍ବତନ ସରପଞ୍ଚ ପୁଷ୍ପଲତା ପରିଡାଙ୍କ ଘର ସମ୍ମୁଖରେ ରହିଥିବା ବୋଲେରୋ ଗାଡି ଉପରକୁ ଦୁଇ ଜଣ ଦୁର୍ବୃତ୍ତ ଆସି ବୋମା ଫୋପାଡ଼ିବାରେ ଧୁଆଁ ବାହାରିବାରୁ ଦଉଡି ପଳାଇଥିବାର ସିସି ଟିଭି ଫୁଟେଜରୁ ଜଣା ପଡୁଛି। ଖବର ପାଇ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବ ଶତ୍ରୁତା ବୋଲି କୁହାଯାଉଥିବା ବେଳେ ବାସ୍ତବ ସତ୍ୟତା ତଦନ୍ତ ପରେ ଜଣା ପଡିବ।
ବୋମା ମାଡ଼ ପରେ କିନ୍ତୁ କୌଣସି କ୍ଷତି ହୋଇ ନାହିଁ। ଅଭିଯୋଗ ପାଇ ବାଙ୍କୀ ଥାନା ଆଇଆଇସି ନିସ୍ତିପୁରରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ବୋଲେରୋ ଗାଡି ଉପରକୁ ଦୁଇଟି ବୋମା ଓ ଘର ପାଖରେ ପଡିଛି ଛଅ ଟି ବୋମା ଆଉ ଚାରୋଟି ଅଫୁଟା ବୋମା ପୋଲିସ ଜବତ କରିଥିବାର ସୂଚନା ଦେଇଛନ୍ତି ଆଇଆଇସି। ଜବତ ବୋମା ଗୁଡିକ ସେଭଳି ଶକ୍ତିଶାଳୀ ନୁହେଁ। ଏହା ବାଣ ଭଳି ହୋଇଥିବାର ଜଣାପଡୁଛି । ବୋମା ଫିଙ୍ଗାରେ କୌଣସି କ୍ଷୟକ୍ଷତି ହୋଇ ନାହିଁ।