ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ ଏବଂ ଏବେ ଆପଣ ସ୍ମାର୍ଟଫୋନରେ ଭିଡିଓ ରିଙ୍ଗଟୋନ ରଖିପାରିବେ। ଏହା ପାଇଁ ଭାରତରେ ଗୋଟିଏ ଆପ୍ ଲଞ୍ଚ ହୋଇଛି ଯାହାର ନାମ ହେଉଛି Vyng। ଏହା ଏକ ଆମେରିକା କମ୍ପାନୀ ଅଟେ ଯାହା ପୂର୍ବରୁ ଆମେରିକା ସମେତ ଅନେକ ଦେଶରେ ନିଜ ସେବା ଦେଉଥିଲା କିନ୍ତୁ ବର୍ତ୍ତମାନ କମ୍ପାନୀ ନିଜର ଆପକୁ ଭାରତରେ ଲଞ୍ଚ କରିଛି। ତେବେ ଆସନ୍ତୁ ଜାଣିବା ଆପଣ ଆପଣଙ୍କ ସ୍ମାର୍ଟଫୋନରେ ଭିଡିଓ ରିଙ୍ଗଟୋନ କେମିତି ବ୍ୟବହାର କରିପାରିବେ।
Vyng ଫିଚର୍ସ
ଏହି ଆପରେ ବଲିଉଡ ସହିତ ଭକ୍ତ ସଂଗୀତ ମଧ୍ୟ ଦିଆଯାଇଛି। ଯାହାକୁ ଆପଣ ରିଙ୍ଗଟୋନରେ ବ୍ୟବହାର କରିପାରିବେ। ଏହି ଆପକୁ ବର୍ତ୍ତମମାନ ଗୁଗୁଲ ପ୍ଲେ-ଷ୍ଟୋରରେ ହିଁ ଲଞ୍ଚ କରାଯାଇଛି। କେବଳ ଆଣ୍ଡ୍ରୋଏଡ୍ ୟୁଜର୍ସ ହିଁ ଏହାର ବ୍ୟବହାର କରିପାରିବେ। ଆଇଫୋନଧାରୀଙ୍କୁ ବର୍ତ୍ତମାନ ଅପେକ୍ଷା କରିବାକୁ ହେବ। ଏହି ଆପରେ ଆପଣ ନିଜର ମଧ୍ୟ ଭିଡିଓ ଅପଲୋଡ କରିପାରିବେ ଏବଂ ତାହାକୁ ରିଙ୍ଗଟୋନ ଭାବରେ ମଧ୍ୟ ବ୍ୟବହାର କରିପାରିବେ।
ଜଣାଇବାକୁ ଚାହିଁବୁ Vyngକୁ ୧୭୪ ଦେଶରେ ବ୍ୟବହାର କରାଯାଉଛି ଯେଉଁଥିରେ ଭାରତ, ନେପାଳ ଏବଂ ଆମେରିକା ଭଳି ଦେଶ ସାମିଲ ଅଛି। ଏହି ଆପକୁ ପ୍ରଥମଥର ୨୦୧୭ ମସିହାରେ ଲଞ୍ଚ କରାଯାଇଥିଲା। ଏହି ଆପକୁ ବତ୍ତର୍ମାନ ପର୍ଯ୍ୟନ୍ତ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି।