Below header

ଯାହାର ପ୍ରେମରେ କଲେ ଲିଙ୍ଗ ପରିବର୍ତ୍ତନ, ସେ ହିଁ କଲା ଦୁଷ୍କର୍ମ . . .

ମୁମ୍ବାଇ ଏକ ହୋଟେଲରେ ହୋଇଥିଲା ଦୁଇ ଯୁବକଙ୍କ ମଧ୍ୟରେ ସାକ୍ଷାତ । ଏହା ପରେ ପ୍ରେମରେ ପରିଣତ ହୋଇଗଲା ଉଭୟଙ୍କ ବନ୍ଧୁତା । ଆଉ ବନ୍ଧୁରୁ ବାନ୍ଧବୀ ତଥା ଜୀବନସାଥୀ ହେବା ପାଇଁ ଜଣେ ଯୁବକ କଲେ ଲିଙ୍ଗ ପରିବିର୍ତ୍ତନ । ହେଲେ ଏହି ଲଭଷ୍ଟୋରୀ ସେତେବେଳେ ହେଟଷ୍ଟୋରୀରେ ପରିବର୍ତ୍ତନ ହୋଇଗଲା ଯେତେବେଳେ ଲିଙ୍ଗ ପରିବର୍ତ୍ତନ କରି ଯୁବକରୁ ମହିଳା ହୋଇଥିବା ସାଥୀଙ୍କୁ ଦୁଷ୍କର୍ମ କରିଥିଲେ ଅନ୍ୟ ପୁରୁଷ ବନ୍ଧୁ ଜଣକ । ଅଭିଯୋଗ ଅନୁଯାୟୀ, ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘରକୁ ଡାକି ଦୁଷ୍କର୍ମ କରିଥିଲେ ।

ତେବେ ଘଟଣାରେ ଟୁଇଷ୍ଟ ଆସିଲା ଯେତେବେଳେ ପୋଲିସ୍ ଦୁଷ୍କର୍ମ ମାମଲା ରୁଜୁ ନକରି କୁକର୍ମ ମାମଲା ରୁଜୁ କରିଥିଲା । ଅର୍ଥାତ୍ ଲିଙ୍ଗ ପରିବର୍ତ୍ତନ କରିଥିଲେ ସୁଦ୍ଧା ବି ପୋଲିସ୍ ପୀଡିତାଙ୍କୁ ମହିଳା ନୁହେଁ ଯୁବକ ଭାବି ଅପ୍ରାକୃତିକ ଯୌନ ଶୋଷଣ ମାମଲା ରୁଜୁ କରିଥିଲା । ଆଇପିସି ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ ନକରି ଧାରା ୩୭୭ ଅନୁଯାୟୀ ମାମଲା ରୁଜୁ କରିଥିଲା କୋଟଦ୍ବାର ପୋଲିସ୍ ।

ଏହା ପରେ ପୀଡିତା ଜଣକ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି । ଏବେ ହାଇକୋର୍ଟର ନ୍ୟାୟମୂର୍ତ୍ତି ଲୋକପାଳ ସିଂହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ଯୁବକ ଜଣକ ମହିଳା ହୋଇସାରିଛନ୍ତି ତେବେ ତାଙ୍କୁ ମହିଳାରେ କାହିଁକି ଗଣାଯାଉନାହିଁ । ଆଉ ସରକାରଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.