ନୂଆ ଜୋତା ଖୋଳ ଏବଂ ବୋଟଲରେ କାହିଁକି ଥାଏ ଏହି ଛୋଟ ଧଳା ପୁଡିଆ, ଏହା କଣ ଜାଣନ୍ତୁ

ଘରକୁ ଯେତେବେଳେ କିଛି ନୂଆ ଇଲେକଟ୍ରୋନିକ ଆଇଟମ କିମ୍ବା ବ୍ୟାଗ ଜୋତା କିଣା ହୋଇ ଆସିଥାଏ ସେଥିରେ ଏକ ଧଳା ଛୋଟ ପ୍ୟାକେଟ ଦେଖିବାକୁ ମିଳିଥାଏ । ଏହାକୁ ଦେଖି ଆମେ ଭାବି ଥାଉ ହଁ ଏମିତି କିଛି କାରଣ ପାଇଁ ଏଥିରେ ଅଛି । ହେଲେ ଏହି ପ୍ୟାକେଟ ଏକ ଜରୁରୀ ଉଦ୍ଦେଶ୍ୟ ନେଇ ନୂଆ ଜିନିଷରେ ଦିଆଯାଇଥାଏ ।

ଆପଣ ଜାଣିଛନ୍ତି କି ଏହା ପଛରେ ଥିବା କାରଣ କଣ?

ଯଦି ଆପଣ କେବେ ଏହି ପ୍ୟାକେଟକୁ ହାତରେ ସ୍ପର୍ଶ କରିଥିବେ ଲାଗେ ଏଥିରେ ଯେମିତି ଛୋଟ ଛୋଟ ମାଳି ଅଛି । ଏହା ସାଗୁ ଦାନା ଭଳି ଦେଖାଯାଇଥାଏ । ତେବେ ତାହା ହେଉଛି ଛୋଟ ଛୋଟ ମୋତି ପରି ସିଲିକା ଜେଲ । ବାୟୁରେ ଥିବା ଓଦାପଣକୁ ଟାଣିବାର କ୍ଷମତା ରଖିଥାଏ ସିଲିକା ଜେଲ । ଏହି କ୍ଷମତା ପାଇଁ ନୂଆ ପ୍ରଡକ୍ଟ ଖୋଳରେ ଏହାକୁ ଦିଆଯାଇଥାଏ ।

କହିବାକୁ ଗଲେ ଜୋତା ତିଆରି ଠାରୁ ଆରମ୍ଭ କରି ଷ୍ଟୋରରେ ରଖିବା ଏବଂ ବିକ୍ରି ହେବା ପର୍ଯ୍ୟନ୍ତ ତାହା ଗୋଟେ ଡବା ଭିତରେ ବନ୍ଦ ହୋଇ ରହିଥାଏ । ତେବେ ଏତେ ସମୟ ଧରି ଯଦି ଗୋଟେ ବନ୍ଦ ଡବାରେ ଜିନିଷ ରୁହେ ଏବଂ ବାୟୁରେ ଥିବା ଓଦା କରଣରୁ ଖରାପ ହୋଇଯାଏ । କାରଣ ଓଦାପଣ ପାଇଁ ବ୍ୟାକ୍ଟେରିଆ ଲାଗିଯାଆନ୍ତି । ଫଳରେ ଜିନିଷ ବା ଜୋତାରୁ ଦୁର୍ଗନ୍ଧ ଆସିଥାଏ । ଏପରି ହେବା ଦ୍ୱାରା ପ୍ରଡକ୍ଟ ଖରାପ ହୋଇପାରେ ଯାହାଫଳରେ ଦୋକାନୀଙ୍କୁ ଏହାର କ୍ଷତି ସହିବାକୁ ପଡିବ । ସିଲିକାଜେଲ ଏହି କାରଣ ପାଇଁ ନୂଆ ପ୍ୟାକେଟରେ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.