ଝାରସୁଗୁଡା(କେନ୍ୟୁଜ୍) : ପ୍ରାୟ ଗତ ତିନି ବର୍ଷ ଧରି ନିଖୋଜ ଥିବା ଜଣେ ବ୍ଯକ୍ତିଙ୍କ ନରକଙ୍କାଳ ଜବତ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଶିଳ୍ପାଞ୍ଚଳରେ। ମୃତକ ହେଉଛନ୍ତି ଡମ୍ବରୁଧର ପାତ୍ର(୩୯)। ରବିବାର ପୋଲିସ କଙ୍କାଳ ଜବତ କରିବା ସହ ମୃତ ଡମ୍ବରୁଧରଙ୍କ ପତ୍ନୀ ଓ ଶଳାକୁ ଗିରଫ କରିଛି।
ଗତକାଲି ଅଭିଯୋଗ କରିଥିବା ମୃତକ ଡମ୍ବୁରୁଧର ପତ୍ରଙ୍କ ଭଉଣୀଙ୍କ DNA ଟେଷ୍ଟ କରିବା ପାଇଁ ଥାନାକୁ ଯାଇଥିଲେ। ସୂଚନା ଥାଉକି ବାରମ୍ବାର ଏନେଇ ଡ଼ମ୍ବୁରୁଙ୍କ ଭଉଣୀ ଥାନାରେ ଅଭିଯୋଗ କରୁଥିଲେ ମଧ୍ୟ ଫାଣ୍ଡି ଅଧିକାରୀ ଶୁଣୁ ନଥିଲେ। ନିଜ ଭାଇକୁ ନ୍ଯାୟ ଦେବା ପାଇଁ ସେ ଶେଷରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ କରାଯିବା ପରେ ବନ୍ଧବାହାଲ ଅଞ୍ଚଳର ଏକ ପାଇଖାନା ଟାଙ୍କିରୁ ନର କଙ୍କାଳ ଜବତ କରିଥିଲା ପୋଲିସ । ଯାହାକି ଏହି ନର କଙ୍କାଳଟି ନିଖୋଜ ହୋଇଥିବା ଡ଼ମ୍ବୁରୁଙ୍କର ବୋଲି ତାଙ୍କ ପରିବାର ଦାବି କରୁଛନ୍ତି ଏବଂ ଦୋଷୀକୁ ଦଣ୍ଡ ଦେବାପାଇଁ ଅନୁରୋଧ କରିଛନ୍ତି।
ଏପଟେ ପାଇଖାନା ଟାଙ୍କିରୁ ମିଳିଥିବା କଙ୍କାଳକୁ ନେଇ ବଢୁଛି ସସପେନ୍ସ । ତେବେ ମିଳିଥିବା କଙ୍କାଳ କାହାର ? କାହିଁକି ନା ସ୍ଥାନୀୟ ଅଞ୍ଚଳରୁ ନିଖୋଜ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ବଢୁଛି ସନ୍ଦେହ । କାହାର କଙ୍କାଳ ପରିଚୟ ଜାଣିବାକୁ ଡିଏନଏ ଟେଷ୍ଟ କରୁଛି ପୋଲିସ୍ । ଡମ୍ବରୁଧର ପାତ୍ରଙ୍କ ସହ ଅନ୍ଯ ଜଣେ ବ୍ଯକ୍ତି ହେଉଛନ୍ତି ଚନ୍ଦ୍ରମୋହନ ନାଏକ । ଚନ୍ଦ୍ରମୋହନ ୮ବର୍ଷ ହେବ ନିଖୋଜ ଥିବାବେଳେ ଡମ୍ବରୁଧରଙ୍କର ୩ବର୍ଷ ହେବ ଖୋଜଖବର ନାହିଁ। କିନ୍ତୁ ପାଇଖାନା ଟାଙ୍କିରୁ ମିଳିଥିବା କଙ୍କାଳ ଡମ୍ବରୁଧରଙ୍କର ବୋଲି ଦାବି କରିଛନ୍ତି ପରିବାର । ଯଦି କଙ୍କାଳ ଡମ୍ବରୁଧରଙ୍କର ତାହେଲେ ଚନ୍ଦ୍ରମୋହନ ଗଲେ କୁଆଡେ ?
ଗତ ରବିବାର ଦିନ ପାଇଖାନା ଟାଙ୍କିରୁ କଙ୍କାଳ ଉଦ୍ଧାର କରିଛି ପୋଲିସ । ପରେ ଚନ୍ଦ୍ରମୋହନଙ୍କ ପତ୍ନୀ ଦମୟନ୍ତୀ ଓ ଶଳା ଗିରଫ ହୋଇଛି । ଗିରଫ ଦମୟନ୍ତୀ ଡମ୍ବରୁଧରଙ୍କ ପଡୋଶୀ ଥିଲେ। ଚନ୍ଦ୍ରମୋହନ ଓ ପତ୍ନୀ ଦୟମନ୍ତୀ ଖୁସିରେ ରହନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ହଠାତ୍ ଚନ୍ଦ୍ରମୋହନ ୮ବର୍ଷ ହେଲା ନିଖୋଜ ହୋଇଯାଇଛନ୍ତି । ପରେ ପଡୋଶୀ ଡମ୍ବରୁଧର ମଧ୍ୟ ୩ବର୍ଷ ହେଲା ନିଖୋଜ ଅଛନ୍ତି । ତେଣୁ ମିଳିଥିବା କଙ୍କାଳ କାହାର ସେନେଇ ଦ୍ୱନ୍ଦ୍ୱ ବଢିଛି। ଏହାସହ ପାଇଖାନାକୁ କଙ୍କାଳ କିପରି ଆସିଲା ସେନେଇ ତଦନ୍ତ କରୁଛି ପୋଲିସ ।