ସାଇକୋ କିଲର ଅମରେନ୍ଦ୍ର ! ପ୍ରାପ୍ତ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରି ନେଉଥିଲା ଜୀବନ

ଉତ୍ତରପ୍ରଦେଶ ବାରବାଙ୍କୀ ଏବଂ ଅଯୋଧ୍ୟାରେ ଆତଙ୍କ ଖେଳାଇଥିବା ସାଇକୋ କିଲରକୁ ପୋଲିସ ଗିରଫ କରିଛି। ଅଯୋଧ୍ୟା ପୋଲିସ ସାଇକୋ କିଲର ଅମରେନ୍ଦ୍ରକୁ ମଓ୍ଵାଇ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବାରବାଙ୍କୀରେ ୩ଟି ଏବଂ ଅଯୋଧ୍ୟାରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଚାରିଟି ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାହାକୁ ପୋଲିସ ଅନେକ ଦିନରୁ ଖୋଜୁଥିଲା ।

ପୋଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା । ସେମାନଙ୍କୁ ଦୁଷ୍କର୍ମ କରିବା ପରେ ନୃଶଂସତାର ସହିତ ହତ୍ୟା କରୁଥିଲା । ଆଉ ଏହି ସାଇକୋ କିଲରକୁ ଧରିବା ପାଇଁ ବାରବାଙ୍କୀ ପୋଲିସର ୬ଟି ଟିମ୍‌ ଲାଗିଥିଲା । କେବଳ ଏତିକି ନୁହେଁ ଅପରାଧୀକୁ ଧରିବା ପାଇଁ ପୋଲିସ ତା’ର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଅପିଲ୍‌ ମଧ୍ୟ କରିଥିଲା ।

ଡିସେମ୍ବର ୫, ୨୦୨୨ରେ ମେଓ୍ଵଇର ଖୁସେଟୀ ଗାଁ ନିକଟରେ ୬୦ ବର୍ଷୀୟ ମହିଳା କିଛି କାମ ପାଇଁ ବାହାରକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ନ ଫେରିବା ଯୋଗୁଁ ଘର ଲୋକ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ଦାଏର କରିଥିଲେ। ତା’ ପରଦିନ ମହିଳାଙ୍କ ଶବ ପୋଲିସକୁ ମିଳିଥିଲା। ମହିଳାଙ୍କ ଦେହରେ କୌଣସି କପଡା ନଥିଲା। ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଗଳା ଚାପି ହତ୍ୟା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ସେହିପରି ରାମସେନୀଘାଟ ଠାରୁ ୪ କିମି ଦୂରରେ ଥିବା ଏକ ଗାଁରେ ୧୭ ଡିସେମ୍ବରରେ ଏକ ୬୨ ବର୍ଷ ବୟସ୍କାଙ୍କ ମୃତଦେହ ପୋଲିସକୁ ମିଳିଥିଲା। ଏହି ମୃତଦେହରେ ମଧ୍ୟ କୌଣସି କପଡା ନଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । କିନ୍ତୁ ହତ୍ୟାକାରୀ ବିଷୟରେ ଜଣାପଡିନଥିଲା ।

୨୯ ଡିସେମ୍ବରରେ ମଧ୍ୟ ସମାନ ଘଟଣା ପୋଲିସ ନିକଟକୁ ଆସିଥିଲା । ପୋଲିସ ଏହି ଖବର ଜାଣିବା ପରେ ଏହିସବୁ ହତ୍ୟାକାଣ୍ଡ ପଛରେ ଜଣେ ଲୋକ ଥିବା ସନ୍ଦେହ କରି ୬ଟିମ୍‌ ପ୍ରସ୍ତୁତ କରିଥିଲା । ଆଉ ହତ୍ୟାକାରୀ ସାଇକୋ କିଲର ଅମରେନ୍ଦ୍ରକୁ ଅଯୋଧ୍ୟାରୁ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.