ଆସନ୍ତା କାଲି ଶ୍ରୀପଞ୍ଚମୀରେ ମାତା ସରସ୍ୱତୀଙ୍କର କରନ୍ତୁ ଏଭଳି ସ୍ୱତନ୍ତ୍ର ପୂଜା , ଜାଣନ୍ତୁ ଶୁଭମୁହୂର୍ତ୍ତ ଓ ପୂଜା କରିବା ବିଧି , ମିଳିବ ଶୀଘ୍ର ଉନ୍ନତି

ଆସନ୍ତା କାଲି ପବିତ୍ର ଶ୍ରୀପଞ୍ଚମୀ ।ବସନ୍ତ ପଞ୍ଚମୀ ପର୍ବ ମାଘ ମାସରର ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ପାଳନ କରାଯାଇଥାଏ। ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ସମସ୍ତେ ପୂଜା। କଣ୍ଠରେ ସରସ୍ୱତୀ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡିଥାନ୍ତି।

ପ୍ରତିବର୍ଷ ବସନ୍ତ ପଞ୍ଚମୀକୁ ଆମେ ସରସ୍ୱତୀ ପୂଜା ରୂପେ ପାଳନ କରିଥାଉ। ଚଳିତ ଥର ବସନ୍ତ ପଞ୍ଚମୀ ଆସନ୍ତା କାଲି ମାନେ ଜାନୁଆରୀ ୨୬ ତାରିଖ ଗୁରୁବାରରେ ପଡ଼ୁଛି। ଏହିଦିନ ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜା କରାଯାଏ। ଚଳିତ ଥର ମାଆଙ୍କ ପୂଜାରେ ଏକ ଅତ୍ୟନ୍ତ ଶୁଭଯୋଗ ପଡ଼ୁଛି। ଏହି ଯୋଗରେ ରାଜ ପଞ୍ଚକ ଯୋଗ ବନୁଛି। ଏହି ଶୁଭ ଯୋଗରେ ମାତା ସରସ୍ୱତୀଙ୍କ ବିଶେଷ ଭାବେ ପୂଜା କଲେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଯଦି ଆପଣ ନିଜ ଘରେ କିମ୍ବା ଅଫିସରେ ପୂଜା ରଖୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଆମେ କିଛି ମୂହୁର୍ତ୍ତ ଓ କିଛି ବିଶେଷ ଉପାୟ କହିବୁ। ଯାହାକୁ ମାନି ଆପଣ ଏହି ପୂଜାରୁ ମାତାଙ୍କର ବିଶେଷ କୃପା ପାଇପାରିବେ।

ଜାଣନ୍ତୁ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ପାଇଁ କିପରି କରିବେ ମାଁଙ୍କ ପୂଜା:

ସରସ୍ୱତୀ ପୂଜା ର ଶୁଭ ସମୟ ସକାଳ ୭.୧୨ ମିନିଟରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧୨.୩୪ ପର୍ଯ୍ୟନ୍ତ ରହିଛି। ପ୍ରାତଃ କାଳରୁ ସ୍ନାନ କାର୍ଯ୍ୟ ସାରି ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ମାଁ ସରସ୍ୱତୀଙ୍କ ପ୍ରତିମା ସାମ୍ନାରେ ବସି ଧୂପ-ଦୀପ ଲଗାନ୍ତୁ। ଏହାପରେ କଳସ ସ୍ଥାପନା କରି ଭଗବାନ ଗଣେଶ, ନବଗ୍ରହ ଏବଂ ମା ସରସ୍ୱତୀଙ୍କ ବିଧିବଧ ଭାବେ ପୂଜା କରନ୍ତୁ। ଧ୍ୟାନ ରଖନ୍ତୁ ମା ଶ୍ୱେତ ବସ୍ତ୍ର ଧାରଣ କରନ୍ତି। ଏହି କାରଣରୁ ମାଁ ଙ୍କ ପ୍ରତିମା ହେଉ କିମ୍ବା ମୂତ୍ତିରେ ଧଳା ରଙ୍ଗର ବସ୍ତ୍ର ଅର୍ପିତ କରନ୍ତୁ। କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ମାଁଙ୍କୁ ଭୋଗ ଲଗାନ୍ତୁ।

ବସନ୍ତ ପଞ୍ଚମୀ କଥା:
ସୃଷ୍ଟି ଆରମ୍ଭ ସମୟରେ ଭଗବାନ ବିଷ୍ଣୁଙ୍କ ଆଜ୍ଞାରୁ ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। ଏହିସମୟରେ ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଆଜ୍ଞା ପାଇ କମଣ୍ଡୁଳରୁ ଜଳ ବାହାର କରି ଧରିତ୍ରୀ ଉପରେ ପୃଥିବୀ ଉପରେ ଛିଞ୍ଚିଥିଲେ, ଯାହା ଦ୍ୱାରା ପୃଥିବୀରେ କମ୍ପନ ହେବା ସହ ଅଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ସ୍ତ୍ରୀ ପ୍ରକଟ ହୋଇଥିଲେ। ଯାହାଙ୍କ ହାତରେ ବୀଣା ଏବଂ ଅନ୍ୟ ହସ୍ତରେ ବର ମୁଦ୍ରା ଧାରଣ କରିଥିଲେ। ସେହିଭଳି ଅନ୍ୟ ଦୁଇ ହସ୍ତରେ ପୁସ୍ତକ ଏବଂ ମାଳି ଧାରଣ କରିଥିଲେ। ଏହାପରେ ଦେବୀ ସରସ୍ୱତୀଙ୍କ ବୀଣାର ମଧୁର ଧ୍ୱନୀରୁ ସଂସାରରେ ସମସ୍ତ ଜୀବ-ଜନ୍ତୁଙ୍କୁ ବାଣୀ ପ୍ରାପ୍ତ ହୋଇଥିଲା। ପୁରାଣ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମାଁ ସରସ୍ୱତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନ ଜନ୍ମ ଦିବସ ପାଳନ କରୀିବା ପାଇଁ ବରଦାନ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.