ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ମହିମା ମେଳା, ଏନେଇ ଅନୁୁଗୁଳର ମହିମା ଗାଦିରେ ଲାଗି ରହିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠୁ ଆରମ୍ଭ ମହିମା ଉତ୍ସବ। ଏନେଇ ଅନୁଗୋଳ ଅଙ୍ଗାରବନ୍ଧରେ ଆରମ୍ଭ ହୋଇଛି ମାଘ ମେଳା। ଆଜି ରବିବାର ଉତ୍ସବରେ ସାମିଲ ହେବେ ବିଦେଶୀ କଳାକାର।ପ୍ରତିବର୍ଷ ମାଘ ମାସ ଚତୁର୍ଦଶୀ ଆସିଲେ ଏହି ମହିମା ଗୋସାଇଁଙ୍କ ଧାମ ହୋଇଉଠେ ଚଳଚଞ୍ଚଳ । ଏହି ଉତ୍ସବରେ ବାଂଲାଦେଶ ଓ ନେପାଳର ବହୁ କଳାକାର ସାମିଲ ହେବେ । ଏଥିସହ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ସଂଗୀତରେ ମୁଖରିତ ହେବ ମହିମା ଧାମ। ତିନି ଦିନ ଧରି ଏହି ଉତ୍ସବ ହେବାକୁ ଥିବା ବେଳେ ୭ ତାରିଖରେ ଉଦଯାପିତ ହେବ।

ଏହା ହେଉଛି ଓଡିଶା ପ୍ରସିଦ୍ଧ ମହିମା ମେଳା। ଏନେଇ ସମାଗମ ହୋଇଛି ହଜାର ହଜାର ଶ୍ରଦ୍ଧାଲୁ ଙ୍କ ଭିଡ଼ ।ମହିମା ଧର୍ମୀଙ୍କ ପୀଠ ସ୍ଥଳୀ ଭାବେ ବିଶ୍ଵ ପ୍ରସିଦ୍ଧ ଜୋରନ୍ଦା ଗାଦି ପରେ ଆଉ ଏକ ମହିମା ଗାଦି ରହିଛି ଅନୁଗୋଳ ଜିଲ୍ଲାରେ । ମହିମା ଧାମ ଅଙ୍ଗାରବନ୍ଧ ଭାବେ ଏହି ଗାଦିର ମଧ୍ୟ ମାହାତ୍ମ୍ୟ ରହିଛି । ଭକ୍ତମାନଙ୍କ ଯୁକ୍ତିରେ ଏହା ହେଉଛି ମହିମା ଗୋସାଇଁଙ୍କ ଖେଳ ସ୍ଥାନ । ଅର୍ଥାତ ଜୋରନ୍ଦା ଯିବା ପୂର୍ବରୁ ୧୬୦ ବର୍ଷ ତଳେ ୧୮୬୪ ମସିହାରେ ନିଜେ ମହିମା ଗୋସାଇଁ ଅଙ୍ଗାରବନ୍ଧ ଆସି ଗାଁ ର ୧୬ ଟି ପରିବାରକୁ ସିଦ୍ଧା ସଳଖ ଦୀକ୍ଷିତ କରିଥିଲେ । ତାଙ୍କ ନିର୍ଦ୍ଦେଶରେ ଏହି ଧାମ ତାଙ୍କର ଖେଳ ଧାମ ବା ଦ୍ଵିତୀୟ ଜୋରନ୍ଦା ଭାବେ ପ୍ରସିଦ୍ଧି ଅର୍ଜନ କରିଛି । ପ୍ରତିବର୍ଷ ମାଘ ମାସ ଚତୁଦର୍ଶି ତିଥିରେ ଏଠାରେ ମଧ୍ୟ ପାଳିତ ହୁଏ ମାଘମେଳା ।

ଚଳିତ ବର୍ଷ ଏହି ଗାଦି ରେ ୧୬୦ ତମ ଉତ୍ସବ ପାଳିତ ହେଉଛି। ନୀତି ନିରଘଣ୍ଟ ଅନୁସାରେ ବିଶ୍ଵର କଲ୍ଯାଣ ନିମନ୍ତେ ଅଖଣ୍ଡ ଜ୍ଵତି ସ୍ଥାପନ ସହ ଝାଡ଼ଦୀପ ମଧ୍ୟ ଗାଦି ମନ୍ଦିରରେ ପ୍ରଜ୍ଜ୍ବଳିତ ହୋଇଛି । ଏହା ଦେଖିବା ପାଇଁ ମହିମା ଧର୍ମାବଲମ୍ବିଙ୍କ ସହ ଜିଲ୍ଲା ତଥା ଜିଲ୍ଲା ବାହାରର ବୋହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଚାରି ଦିନ ଧରି ଏଠାରେ ଏହି ମାଘମେଳା ଚାଲିବ । ବିଶ୍ବାସ ରହିଛି ଏଠାରେ ଯିଏ ଯାହା ମାନସିକ କଲେ ତାହା ପୂରଣ ହୁଏ । ମେଳା ପାଇଁ ଏଠାକୁ ମଧ୍ୟ ବୋହୁ ଦୂର ଦୂରାନ୍ତରୁ ମହିମା ଧର୍ମୀ ଓ ସାଧୁ ସନ୍ଥ ଆସିଛନ୍ତି । ଏଥିପାଇଁ ଗାଦି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.