ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା; ବେରୋଜଗାର ଯୁବକଙ୍କ ବିକ୍ଷୋଭରେ ହୋଇଥିଲେ ସାମିଲ

ଅସୁସ୍ଥ ହୋଇପଡ଼ିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଯାଇଛି। ସେ ବେକାରୀ ସଂଘର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ହଠାତ୍ ବେହୋସ୍‌ ହୋଇପଡ଼ିଥିଲେ।

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ସେ ବେକାରୀ ସଂଘର ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ହଠାତ୍ ବିକ୍ଷୋଭ ସ୍ଥଳରେ ହିଁ ବେହୋସ୍‌ ହୋଇପଡ଼ିଥିଲେ। ରାୱତ ବେହୋସ୍‌ ହେବା କ୍ଷଣି ସମସ୍ତେ ଭୟଭୀତ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ପୋଲିସ କର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସୂଚନାଥାଉ କି, ଡେରାଡୁନ୍‌ରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବକମାନଙ୍କ ଉପରେ ହୋଇଥିବା ଲାଠିମାଡ଼ ବିରୋଧରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଥିଲା। ଏହି ବିରୋଧରେ ବେକାରୀ ସଂଘ ସାମିଲ ହୋଇଥିଲା। ତେବେ ଏହି ସମୟରେ ବିକ୍ଷୋଭରେ ସାମିଲ ହୋଇଥିବା ପୂର୍ବତନ ସିଏମ୍‌ ହରିଶ ରାୱତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡି ଯାଇଥିଲା।

ଡେରାଡୁନ୍‌ ପୋଲିସ ଉତ୍ତରାଖଣ୍ଡ ଲୋକସେବା ଆୟୋଗ (ୟୁକେପିଏସ୍‌ସି)ର ଆଶାୟୀମାନଙ୍କ ଉପରେ ଲାଠିମାଡ଼ କରିଥିଲା, ଯେଉଁମାନେ କି, ସହରର ଘଣ୍ଟାଘର ଚୌକ ନିକଟରେ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ହୋଇଥିବା ଘୋଟାଲା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ମାମଲାକୁ ନେଇ କଂଗ୍ରେସ ମଧ୍ୟ ବିରୋଧ କରିଥିଲା ଏବଂ ଏହି ସମୟରେ ପୂର୍ବତନ ସିଏମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା।

 

Leave A Reply

Your email address will not be published.