ସବ ଇନିସ୍ପେକ୍ଟର ନିଯୁକ୍ତି ନେଇ ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ରାଜ୍ୟରେ ସଵ ଇନିସ୍ପେକ୍ଟର ନିଯୁକ୍ତି ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି କରି ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସରକାର ଓ ଓଡିଶା ପୋଲିସ ରିକୁଟମେଣ୍ଟ ବୋର୍ଡ ପକ୍ଷରୁ ଏହି ମାମଲାରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟରେ ମୋଟ ୪୭୭ ଟି ସଵ ଇନିସ୍ପେକ୍ଟର ପଦବୀ ପାଇଁ ଓଡିଶା ପୋଲିସ ରିକୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। କୋଭିଡ ପରବର୍ତ୍ତୀ ସମୟରେ୨୦୨୨ ଜାନୁଆରୀ ୧୧ ରେ ଗେଜେଟ ନୋଟିଫିକେସନ କରି ସରକାରୀ ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରିଥିଲେ। ୨୦୨୧, ୨୦୨୨ ଓ ୨୦୨୩ ରେ ବାହାରିବା ସରକାରୀ ବିଜ୍ଞାପନରେ ଏହା ଲାଗୁ ହେବ। ଚାରି ଦିନ ପରେ ସେହି ମାସ ୧୫ ତାରିଖରେ ଆଉ ଏକ ନୋଟିଫିକେସନ ଆଣି ଯେଉଁ ବିଜ୍ଞାପନର ଆବେଦନର ଶେଷ ତାରିଖ ଜାନୁଆରୀ ୧୧ ତାରିଖ ସୁଦ୍ଧା ଥିବ ସେହି କ୍ଷେତ୍ରରେ ବୟସ ସୀମା କୋହଳ ଲାଗୁ ହେବ।

୨୦୨୧ ଜୁନ ୨୨ ତାରିଖରେ ଓଡିଶା ପୋଲିସ ରିକୁଟମେଣ୍ଟ ବୋର୍ଡ ପକ୍ଷରୁ ୪୭୭ ଟି ସଵ ଇନିସ୍ପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା।ଆବେଦନ ଶେଷ ତାରିଖ ସୁଦ୍ଧା ଆବେଦନ କରି ପାରି ନଥିବା ଜଣେ ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟ ମାନଙ୍କ ପକ୍ଷରୁ ଏହି ଆବେଦନ ହୋଇଛି। ଏହି ପଦବୀର ପରୀକ୍ଷା ହୋଇ ନଥିବାରୁ ପୁନଶ୍ଚ ବିଜ୍ଞାପନ ପ୍ରକାଶ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।ଏଭଳି ଆବେଦନକୁ ଗ୍ରହଣ କରି ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟ ସରକାର ଓ ଓଡିଶା ପୋଲିସ ରିକୁଟମେଣ୍ଟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିପ୍ଳବ ବାହାଲି ମକଦ୍ଦମା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.