ବାଲି ଉଠାଇବାକୁ ଯାଇଥିବାବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ, କ୍ଷତିପୂରଣ ଦାବିରେ ରାସ୍ତାରେ ନିଆଁ ଜାଳି ଅବରୋଧ କଲେ ଉତ୍ୟକ୍ତ ଲୋକେ

ବାଲି ଉଠାଇବାକୁ ଯାଇଥିବାବେଳେ ସେହି ଖାଦାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଉପରେ ଟ୍ରକଟି ଚଢିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

କେନ୍ଦ୍ରାପଡା(କେନ୍ୟୁଜ୍): ଶ୍ରମିକଙ୍କ ମୃତ୍ୟୁ ପରେ ଜଳାପୋଡ଼ା। ବାଲିଘାଟରେ ଟ୍ରକ ଧକ୍କାରେ ଶ୍ରମିକ ମୃତ। କେନ୍ଦ୍ରାପଡା ବସପୁର ନିକଟସ୍ଥ ଲୁଣା ନଦୀ କୂଳରେ ଅଘଟଣ। ବାଲି ଉଠାଇବାକୁ ଯାଇଥିବାବେଳେ ସେହି ଖାଦାନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଉପରେ ଟ୍ରକଟି ଚଢିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଉତ୍ୟକ୍ତ ଲୋକେ ଏକ ଚାଳଘରକୁ ଜାଳିଦେବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। କରିଲୋପାଟନା-କେନ୍ଦ୍ରାପଡ଼ା ରାସ୍ତାକୁ ଅବରୋଧ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଶ୍ରମିକଙ୍କ ମୃତ୍ୟୁ ପରେ ଜଳାପୋଡ଼ା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.