ଯାଜପୁର: ନାନପୁର ଗ୍ରାମୀଣ ମହୋତ୍ସବକୁ ଉଦଘାଟନ କଲେ ବିଶିଷ୍ଟ ସମାଜସେବୀ ତଥା କିଟ୍ କିସ୍ ସଭାପତି ଶାଶ୍ୱତୀ ବଳ

ଅନ୍ତର୍ଜାତିୟ ଖ୍ୟାତି ସଂପନ୍ନ ଚିତ୍ରଶିଳ୍ପୀ ତଥା ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ପ୍ରତ୍ୟେକ ବର୍ଷ ନିଜ ଗାଁରେ ଆୟୋଜନ କରିଥାନ୍ତି ଏହି ମହୋତ୍ସବ । ବିରୂପା ନଦୀ କୂଳରେ ଡେରିକ ପ୍ରଫୁଲ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ମହୋତ୍ସବ ।

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନାନପୁର ଗାଁର ବିରୂପା ନଈ କୂଳରେ ଉଦଘାଟିତ ହୋଇଛି ନାନପୁର ଗ୍ରାମୀଣ ମହୋତ୍ସବ । ମହୋତ୍ସବରେ କିଟ୍‌ ଓ କିସ୍‌ ଫାଉଣ୍ଡେସନର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶାଶ୍ୱତୀ ବଳ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଅନ୍ତର୍ଜାତିୟ ଖ୍ୟାତି ସଂପନ୍ନ ଚିତ୍ରଶିଳ୍ପୀ ତଥା ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ପ୍ରତ୍ୟେକ ବର୍ଷ ନିଜ ଗାଁରେ ଆୟୋଜନ କରିଥାନ୍ତି ଏହି ମହୋତ୍ସବ । ବିରୂପା ନଦୀ କୂଳରେ ଡେରିକ ପ୍ରଫୁଲ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଏହି ମହୋତ୍ସବ ।

ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେପି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଦେବଦାସ ଛୋଟରାୟ, ବିଶିଷ୍ଟ ସ୍ଥପତି ରବି ରଥ, ସାହିତ୍ୟିକ ଡ. ବିଜୟାନନ୍ଦ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମହୋତ୍ସବରେ ଗ୍ରାମାଞ୍ଚଳର ଚିତ୍ରକଳା, ସାହିତ୍ୟ, ସଂସ୍କୃତି, ଗୀତ, ନୃତ୍ୟ, ପରମ୍ପରା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.