ସୁସ୍ମିତା ସେନ୍‌ଙ୍କୁ ହୃଦଘାତ; କରାଇବାକୁ ପଡ଼ିଲା ଅସ୍ତ୍ରୋପଚାର! ଏବେ ଫ୍ୟାନ୍‌ମାନଙ୍କୁ ଜଣାଇଲେ ସ୍ୱାସ୍ଥ୍ୟାବସ୍ଥା

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ହୃଦଘାତ। କିଛି ଦିନ ତଳେ ତାଙ୍କୁ ହୃଦଘାତ ଆସିଥିଲା, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଆଞ୍ଜିଓପ୍ଲାଷ୍ଟି କରାଇବାକୁ ପଡ଼ିଥିଲା। ଏ ନେଇ ନିଜେ ସୁସ୍ମିତା ସୂଚନା ଦେଇଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କିଛି ଦିନ ତଳେ ହୃଦଘାତ ଆସିଥିଲା। ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଆଞ୍ଜିଓପ୍ଲାଷ୍ଟି କରାଇବାକୁ ପଡ଼ିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଅଭିନେତ୍ରୀ ନିଜ ବାପାଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି।

ଅଭିନେତ୍ରୀ ସୁସ୍ମିତା ସେନ୍‌ ତାଙ୍କ ବାପା ସୁବୀର ସେନଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହିତ ସୁସ୍ମିତା କହିଛନ୍ତି କି, କିଛି ଦିନ ତଳେ ସେ ବହୁତ ଖରାପ ସମୟ ଦେଇ ଗତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ହୃଦଘାତ ଆସିଥିଲା, ଫଳରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି।

ସୁସ୍ମିତା ପୋଷ୍ଟ୍‍ର କ୍ୟାପସନରେ ଲେଖିଛନ୍ତି, ମୋତେ ଦୁଇ ଦିନ ପୂର୍ବରୁ ହୃଦଘାତ ଆସିଥିଲା। ମୋର ଆଞ୍ଜିଓପ୍ଲାଷ୍ଟି ହୋଇଛି। ହୃଦୟ ଏବେ ଠିକ୍‌ ଅଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋର କାର୍ଡିଓଲୋଜିଷ୍ଟ୍‍ ନିଶ୍ଚିତ କରିଛନ୍ତି ଯେ ମୋର ହୃଦୟ ବାସ୍ତବରେ ବିରାଟ।

 

View this post on Instagram

 

A post shared by Sushmita Sen (@sushmitasen47)

କହି ରଖୁଛୁ, ସୁସ୍ମିତାଙ୍କୁ ୪୭ ବର୍ଷ ବୟସ ଏବଂ ସେ ସବୁବେଳେ ଫିଟ୍ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ପ୍ରାୟତଃ ନିଜର ଫିଟନେସ୍ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ଏହା ସତ୍ତ୍ୱେ ତାଙ୍କ ସହିତ ଏହି ପ୍ରକାରର ଘଟଣା ଫ୍ୟାନ୍‌ମାନଙ୍କୁ ଦୁଃଖିତ କରିଛି। ସମସ୍ତେ ସୁସ୍ମିତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ତାଙ୍କୁ ଆଶୀର୍ବାଦ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.