ନୀଳ ହଳଦିଆ ଧଳା ସବୁଜ ରଙ୍ଗର ହେଲମେଟ କାହିଁକି ଥାଏ, ଜାଣନ୍ତୁ କେଉଁ କାମ ପାଇଁ କେଉଁ ରଙ୍ଗ

କଷ୍ଟ୍ରକସନ ସାଇଟରେ କାମ କରୁଥିବା ଶ୍ରମିକ, ଇଲେକଟ୍ରିସିଆନ୍‌ ଏବଂ ଇଞ୍ଜିନିୟର ସମେତ ଆହୁରି ଅନେକ ଲୋକ ମହଜୁଦ ଥାଆନ୍ତି । ଏମିତିରେ ସାଇଟରେ ସେଠାରେ ଥିବା ଲୋକମାନେ ନିଜ ନିଜ ଦାୟିତ୍ୱ ହିସାବରେ ନିର୍ଦ୍ଧାରିତ ଥିବା ରଙ୍ଗର ହେଲମେଟ୍ସକୁ ପିନ୍ଧନ୍ତି ।

ଆପଣ ନୋଟିସ କରିଥିବେ ଯେ ହେଲମେଟର ରଙ୍ଗ ଗୋଟିଏ ରଙ୍ଗର ନଥାଏ । ବରଂ ଏହାର ଅନେକ ରଙ୍ଗ ଥାଏ । ଯେମିତିକି ଧଳା, ନୀଳ, ସବୁଜ, ହଳଦିଆ ଆଦି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି ଅଲଗା ଅଲଗା ରଙ୍ଗ ସବୁ କଣ ପାଇଁ । ପ୍ରତ୍ୟେକ ହେଲମେଟର ରହିଛି ଅଲଗା ଅଲଗା କରଣ । ଯାହା ବିଷୟରେ ଆସନ୍ତୁ ଜାଣିବା ।

କଷ୍ଟ୍ରକସନ ସାଇଟରେ କାମ କରୁଥିବା ଶ୍ରମିକ, ଇଲେକଟ୍ରିସିଆନ୍‌ ଏବଂ ଇଞ୍ଜିନିୟର ସମେତ ଆହୁରି ଅନେକ ଲୋକ ମହଜୁଦ ଥାଆନ୍ତି । ଏମିତିରେ ସାଇଟରେ ସେଠାରେ ଥିବା ଲୋକମାନେ ନିଜ ନିଜ ଦାୟିତ୍ୱ ହିସାବରେ ନିର୍ଦ୍ଧାରିତ ଥିବା ରଙ୍ଗର ହେଲମେଟ୍ସକୁ ପିନ୍ଧନ୍ତି ।

ଲାଲ ରଙ୍ଗର ହେଲମେଟ ଫାଇର ଫାଇଟର୍ସ ପିନ୍ଧନ୍ତି । ଆପଣ ନୋଟିସ ବି କରିଥିବେ ଯେ ନିଆଁକୁ ଆୟତ୍ତ କରୁଥିବା କର୍ମଚାରୀ ଏହି ରଙ୍ଗର ହେଲମେଟ୍‌ ପିନ୍ଧିଥାନ୍ତି ।

ସବୁଜ ରଙ୍ଗର ହେଲମେଟ ସାଧାରଣତଃ କୌଣସି ସାଇଟର ସେଫ୍ଟି ଅଧିକାରୀ ନଚେତ ଇନ୍ସପେକ୍ଟର ପାଇଁ ଥାଏ । ଏହାସହିତ ଚାକିରିରେ ନୂଆ ଜଏନ କରିଥିବା କିମ୍ବା ଟ୍ରେନିଙ୍ଗରେ ଥିବା ଲୋକ ମଧ୍ୟ ସବୁଜ ରଙ୍ଗର ହେଲମେଟ୍‌ ପିନ୍ଧନ୍ତି ।

ଭିଜିଟର୍ସ କିମ୍ବା କ୍ଲାଇଣ୍ଟ ପାଇଁ ଗ୍ରେ ରଙ୍ଗର ହେଲମେଟ ରହିଥାଏ । କିଛି ସାଇଟ୍ସରେ ପିଙ୍କ୍‌ କଲରର ହେଲମେଟ୍‌ ମଧ୍ୟ ରହିଥାଏ । ଯଦି କୌଣସି ଦିନ କିଏ ନିଜର ହେଲମେଟ ଭୁଲି ଯାଇଛନ୍ତି, ତ ସେହି ଦିନ ସେ ପିଙ୍କ୍‌ ହେଲମେଟ୍‌ ପିନ୍ଧିପାରିବେ ।

ହଳଦିଆ ରଙ୍ଗର ହେଲମେଟ ସାଇଟରେ କାମ କରୁଥିବା ମଜୁରିଆଙ୍କ ପାଇଁ ଥାଏ । ଏଥିରେ ଭାରି ମେସିନାରୀ ସଞ୍ଚାଳିତ କରୁଥବା କିମ୍ବା ସାମାନ୍ୟ ନିର୍ମାଣ ଶ୍ରମ କାର୍ଯ୍ୟ କରୁଥିବା ମଜୁରିଆ ସାମିଲ ରହିଥାନ୍ତି ।

କମଳା ରଙ୍ଗର ହେଲମେଟ ସାଧାରଣତଃ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ରହିଥାଏ ।

ନୀଳ ରଙ୍ଗର ସେଫ୍ଟି ହେଲମେଟ୍‌ ସାଇଟରେ କାମ କରୁଥିବା ଇଲେକଟ୍ରିସିଆନ୍‌ କିମ୍ବା କାରପେଣ୍ଟର ପିନ୍ଧନ୍ତି ।

ତେବେ ଆଶା କରୁଛୁ ହେଲମେଟର ଏହି ଅଲଗା ଅଲଗା ରଙ୍ଗ ହେବାର କାରଣ ବିଷୟରେ । ଏବେ ଆଉ ଆପଣଙ୍କ ମନରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.