ବିନା OTP ରେ ଆକାଉଣ୍ଟ ରୁ କଟୁଛି ଟଙ୍କା?

VPN ମାଧ୍ୟମରୁ ଚୋରି ହେଉଛି ଫୋନ୍ ରୁ ସବୁ ତଥ୍ୟ, ଶୀଘ୍ର ଚେକ୍ କରନ୍ତୁ ନିଜ ଫୋନ୍। ଯେବେ ଏହା ଥରେ ଫୋନ୍ ରେ କନେକ୍ଟ ହୋଇଯାଏ। ତେବେ ଦୂରରୁ ଥାଇ ମଧ୍ୟ ଜଣେ ଆପଣ ଙ୍କ ଫୋନ୍ କୁ କଣ୍ଟ୍ରୋଲ କରିପାରିବ।ବିନା ଅନୁମତିରେ ସ୍ମାର୍ଟଫୋନର ସମସ୍ତ ତଥ୍ୟକୁ ପଢି ପାରିବ । 

sବିଭିନ୍ନ ସାଇବର ଠକେଇରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ସବୁବେଳେ ନିଜର ଗ୍ରାହକଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର PIN ନମ୍ବର କିମ୍ବା OTP ନମ୍ବରକୁ କାହାକୁ ନଦେବାକୁ ପରାମର୍ଶ ଦେଇଥାନ୍ତି। ଖାଲି ସେତିକି ନୁହେଁ ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯେପରି କୌଣସି ଅର୍ଥ ରାଶି ସେମାନଙ୍କ ବିନା ଅନୁମତିରେ କାହାକୁ ପଠାଯାଇ ପାରିବନାହିଁ ସେଥିପାଇଁ ସର୍ବଦା ସତର୍କ ରହିଥାନ୍ତି ।

କିନ୍ତୁ ଦୁର୍ଦ୍ଦାନ୍ତ ଅପରାଧୀମାନେ ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା ଉଡାଇ ନେବା ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ଠିକ୍ ସେହିଭଳି ଆଉ ଏକ ଉପାୟ ବାହାର କରିଛନ୍ତି ଏହି ଅପରାଧି ମାନେ। ଯେଉଁଥିରେ ସେମାନେ OTP ନମ୍ବର ନ ଜାଣି ମଧ୍ଯ ଆକାଉଣ୍ଟରୁ ଟଙ୍କା ନେଇଯାଇ ପାରୁଛନ୍ତି । ଏଥିପାଇଁ, ସେମାନେ ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ କୌଣସି ପ୍ରକାରେ ଏକ ଆପ୍ ଡାଉନଲୋଡ୍ କରିବାକୁ କହୁଛନ୍ତି ଏବଂ ଏହା ମାଧ୍ୟମରେ ସେମାନେ ତଥ୍ୟ ଚୋରି କରି ଠକାମି କରୁଛନ୍ତି ।

କ୍ରେଡିଟ୍ କାର୍ଡ କିମ୍ବା ଅନ୍ଲାଇନ୍ କାରବାର କରିବା ପୂର୍ବରୁ ଆମକୁ ଅନେକ ଦିଗ ପ୍ରତିି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହାକୁ ଅଣଦେଖା କରିବା ଦ୍ୱାରା ଏକ ବଡ କ୍ଷତି ସହିବାକୁ ପଡିଥାଏ । ଯେମିତି ଆପଣଙ୍କ ନିକଟକୁ OTP ଆସିନଥିବ, କିନ୍ତୁ ଆପଣଙ୍କ କାର୍ଡରୁ ଟଙ୍କା ଉଠିସାରିଥିବ । ଆପଣଙ୍କ ଅଜାଣତରେ ଆପଣଙ୍କ କେଡ୍ରିଟ୍ କାର୍ଡରୁ ଟ୍ରାଜାଙ୍କସନ୍ ସରିଥିବ । ଏହାର ବିଲ୍ ଭରିବା ଛଡା ଆପଣଙ୍କ ପାଖରେ କିଛି ଉପାୟ ନଥିବ ।

ଯେତେବେଳେ ବି ଆପଣ ଏକ International transcation କରନ୍ତି, ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ କାର୍ଡର ବିବରଣୀ ପ୍ରବେଶ କରିବାକୁ ପଡିବ । ଏଥିରେ OTP ର କୌଣସି ଆବଶ୍ୟକତା ନାହିଁ । ଅନେକ ଥର ଦେଖାଯାଏ ଯେ ସ୍କାମରମାନେ ଆପଣଙ୍କଠାରୁ OTP ନ ପାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାନ୍ତି ତେବେ ଏହାର କାରଣ VPN ହୋଇପାରେ। VPN ମାନେ virtual private network। ଯେବେ ଏହା ଥରେ ଫୋନ୍ ରେ କନେକ୍ଟ ହୋଇଯାଏ। ତେବେ ଦୂରରୁ ଥାଇ ମଧ୍ୟ ଜଣେ ଆପଣ ଙ୍କ ଫୋନ୍ କୁ କଣ୍ଟ୍ରୋଲ କରିପାରିବ।ବିନା ଅନୁମତିରେ ସ୍ମାର୍ଟଫୋନର ସମସ୍ତ ତଥ୍ୟକୁ ପଢି ପାରିବ । ତେଣୁ ପ୍ରତ୍ୟେକ Users ବହୁତ ସଚେତନ ହେବା ଆବଶ୍ୟକ । VPN କନେକ୍ଟ ଆପଣଙ୍କ ସହିତ ଘଟୁଥିବା ଠକେଇର ଏକ ପ୍ରମୁଖ କାରଣ ହୋଇପାରେ । ଏଥିପାଇଁ ସେମାନଙ୍କୁ ବେଶୀ କିଛି କରିବାକୁ ପଡ଼ିବ ନାହିଁ । VPN କନେକ୍ଟ ହେବା ମାତ୍ରେ ଡିଭାଇସର କମାଣ୍ଡ ହ୍ୟାକର ହାତରେ ଲାଗିବ । ଏପରି ପରିସ୍ଥିତିରେ VPNକୁ କନେକ୍ଟ କରିବା ପୂର୍ବରୁ ଆପଣ ଯାଞ୍ଚ କରିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.