ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ, ମୋବାଇଲ ଉପରେ ମିଳିବ ଭାରି ଡିସକାଉଣ୍ଟ 

ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ ଡିଲ । ଏହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏଥିରେ ରହିଛି ଆଇଫୋନ 14, ଆଇଫୋନ 14 ପ୍ଲସ, Nothing Phone (1), google Pixel 6a ଭଳି ଫୋନ । ଏହାସହ ଫ୍ଲିପକାର୍ଟ ପକ୍ଷରୁ ସ୍ପେସିଆଲ ଡିଲ ଆଣାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ କାର୍ଡଧାରୀଙ୍କ ପାଇଁ ମଧ୍ୟ ଭାରି ଡିସକାଉଣ୍ଟ ରହିଛି ।

ମାର୍ଚ୍ଚ ୧୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ ଡିଲ । ଏହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏହି ବିଗ୍ ସେଭିଙ୍ଗ ଡେ ରେ ପପୁଲାର ସ୍ମାର୍ଟ ଫୋନ ଉପରେ ବଡ଼ ଡିସକାଉଣ୍ଟ ଅଫର ମିଳିବାକୁ ଯାଉଛି । ଏଥିରେ ରହିଛି ଆଇଫୋନ 14, ଆଇଫୋନ 14 ପ୍ଲସ, Nothing Phone (1), google Pixel 6a ଭଳି ଫୋନ । ଏହାସହ ଫ୍ଲିପକାର୍ଟ ପକ୍ଷରୁ ସ୍ପେସିଆଲ ଡିଲ ଆଣାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ କାର୍ଡଧାରୀଙ୍କ ପାଇଁ ମଧ୍ୟ ଭାରି ଡିସକାଉଣ୍ଟ ରହିଛି । ଯଦିଓ ଫ୍ଲିପକାର୍ଟ ପକ୍ଷରୁ ଏହା ବାବଦରେ ପୁରା ତଥ୍ୟ ବାହାରକୁ ଅଣାଯାଇନି । ଏବେ ଆମେ ଆପଣଙ୍କୁ କିିଛି ଡିଲ ବାବଦରେ କହିବାକୁ ଯାଉଛୁ । 

 

ଆଇଫୋନ 14 ଓ ଆଇଫୋନ 14 ପ୍ଲସରେ ବଡ଼ ଧରଣର ରିହାତି ମିଳିବାକୁ ଯାଉଛି । ଆଇଫୋନ 14, ୬୦ ହଜାର ରୁ ୬୯ ହଜାର ୯୯୯ ଟଙ୍କାରେ ମିଳିବାର ସମ୍ଭାବନା ରହିଛି । ସେହିଭଳି ଆଇଫୋନ 14 ପ୍ଲସ ୮୦ ହଜାର ଦାମ୍ ଭିତରେ ମିଳିବାକୁ ଯାଉଛି । ଏବେ ଫ୍ଲିପକାର୍ଟରେ ଆଇଫୋନ 14ର ଦାମ ରହିଛି ୭ ୧ ହଜାର ୯୯୯ । ଯାହା ଏହାର ଦାମଠୁ କମ ରହିଛି । ଏହାସହ ଏହି ଫୋନ ଉପରେ ଆପଣଙ୍କୁ ବ୍ୟାଙ୍କ ଅଫର ସହ ଏକ୍ସଚେଞ୍ଜ ଅଫର ମିଳିବାକୁ ଯାଉଛି । ଏକ୍ସଚେଞ୍ଜ ଅଫରରେ ଏହି ଫୋନର ଦାମକୁ ୬୦ ହଜାର ପର୍ଯ୍ୟନ୍ତ କମ କରାଯାଇ ପାରିବ ।

 

ପପୁଲାର Nothing Phone (1) ଉପରେ ଏହି ସେଲରେ ବଡ଼ ଡିସକାଉଣ୍ଟ ମିଳିବାକୁ ଯାଉଛି । ଏହି ଫୋନର 128 ଜିିବି ଭାରିଆଣ୍ଟ ୨୭ ହଜାର ୯୯୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ୟାଙ୍କ ଅଫର ଜରିଆରେ ଏହାକୁ ଆପଣ ୨୫ ହଜାରରୁ କମ ଦାମ୍ ରେ ପାଇପାରିବେ । ସେଲ ଆରମ୍ଭ ହେଲା ପରେ ଏହାର ଡିଲ ସାମନା ଆସିବ । ଆଶା କରାଯାଉଛି ଏହି ଫୋନରେ ମଧ୍ୟ ଭଲ ଡିସକାଉଣ୍ଟ ମିଳିବାକୁ ଯାଉଛି । 

 

ସେହିପରି google Pixel 7 ଏବେ ୫୯  ହଜାର  ୯୯୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ଆସୁଥିବା ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ ଡେ ଡିଲରେ ଏହା ୫୦ ହଜାରରୁ କମ ଦାମରେ ମିଳିବାକୁ ଯାଉଛି । ପ୍ରାୟ ୧୦ ହଜାର ଟଙ୍କାର ଡିସକାଉଣ୍ଟ ଏଥିରେ ମିଳିବାକୁ ଯାଉଛି । ଯାହାକୁ ଏକ ଭଲ ଡିଲ ବୋଲି କୁହାଯାଇ ପାରିବ । ଏହାସହ Pixel 7 Pro ମଧ୍ୟ ଏହି ଡିଲରେ ଭଲ ଅଫରରେ ମିଳିବାକୁ ଯାଉଛି । ଯଦି କେହି ନିଜର ଫୋନକୁ ଅପଗ୍ରେଡ କରିବାକୁ ଚାହୁଁଚି ଏହାଏକ ଭଲ ସୁଯୋଗ ବୋଲି ଧରାଯାଇ ପାରିବ । 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.