ରାଶିଫଳ: ଏହି ସବୁ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶୁଭ, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି

ଆଜି ଦିନଟି ଭଲ ରହିବ। ଯଦିଓ କେତେକ କ୍ଷେତ୍ରରେ ଟିକିଏ ଅତିରିକ୍ତ ସତର୍କତା ଆବଶ୍ୟକ ପଡ଼ିବ। ବ୍ୟବସାୟରେ ଭଲ ପ୍ରଗତି ହେବ। ଆୟ ବଢ଼ିବ।

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ଯଦିଓ କେତେକ କ୍ଷେତ୍ରରେ ଟିକିଏ ଅତିରିକ୍ତ ସତର୍କତା ଆବଶ୍ୟକ ହେବ।

ବୃଷ: ଆଜି ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। ବ୍ୟବସାୟରେ ଭଲ ପ୍ରଗତି ହେବ। ଆପଣଙ୍କ ଆମଦାନୀ ବଢ଼ିବ।

ମିଥୁନ: ଆଜି ପରିବାର ସଦସ୍ୟଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବେ। ଦୀର୍ଘଦିନରୁ ରହିଥିବା ଆଖି ସମସ୍ୟାରୁ ଆପଣ ଆରାମ ପାଇବେ।

କର୍କଟ: ଆଜି ଗୃହ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ ହେବ। ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ ଏବଂ ଋତୁଜନିତ ରୋଗ ପାଇଁ ସାବଧାନ ରୁହନ୍ତୁ।

ସିଂହ: ଆଜି ଆପଣଙ୍କର ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେବ। ଆପଣ ଧ୍ୟାନ କୈନ୍ଦ୍ରିତ ରହିବ ଏବଂ ଆପଣ ପରିଶ୍ରମୀ ହେବେ। ତୀକ୍ଷ୍ଣ ବିଚାର ପାଇଁ ପ୍ରଶଂସାର ପାତ୍ର ହେବେ।

କନ୍ୟା: ଆଜି ନିଜକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ କରିବେ। ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ଟିକେ ଯତ୍ନବାନ ହେବାକୁ ପଡ଼ିବ।

ତୁଳା: ନିଜର ଲକ୍ଷ୍ୟ ଉପରେ ଫୋକସ୍‌ ରଖନ୍ତୁ। ଫାଲ୍‌ତୁ କାମରେ ଆପଣଙ୍କ ଶକ୍ତି ଅପଚୟ ହେବ। ପାରିବାରିକ ଜୀବନରେ ମତାନ୍ତର ହୋଇପାରେ।

ବିଛା: ଚିନ୍ତା କରିବା ପରିବର୍ତ୍ତେ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ, ସ୍ଥିତି ଧୀରେ ଧୀରେ ଆପଣଙ୍କ ପକ୍ଷରେ ରହିବ। ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଆଗକୁ ଯିବ।

ଧନୁ: ଆଜି ଆପଣଙ୍କୁ ନିଜର ଆତ୍ମବିଶ୍ୱାସ ବଜାୟ ରଖିବାକୁ ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିପାରନ୍ତି, ଯେଉଁଥିରେ କେବଳ ପରିବାର ସଦସ୍ୟ ସାମିଲ ହେବେ।

ମକର: ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଦିନର କିଛି ସମୟ ଆରାମରେ ବିତିବ। ଆପଣଙ୍କ କାର୍ଯ୍ୟରେ ସକାରାତ୍ମକ ବିକାଶ ହେବ।

କୁମ୍ଭ: ଆଜି ଆପଣଙ୍କ ଜୀବନସାଥୀ କିମ୍ବା ସହକର୍ମୀଙ୍କ ସମର୍ଥନ ଅଧା ମନରେ ପାଇବେ, ଯଦ୍ଦ୍ଵାରା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବେ ନାହିଁ। ଏହା ଆପଣଙ୍କୁ ଚିନ୍ତାରେ ପକାଇପାରେ।

ମୀନ: ଆଜି ଟଙ୍କା ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ ହେବ। ଆପଣଙ୍କର ଜଣେ ବନ୍ଧୁ ଆପଣଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.