ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା, ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଗତ ୨୪ ଘଣ୍ଟାରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୮ ମିଲିମିଟର, ଭବାନୀପାଟଣାରେ ୨୦ ମିଲିମିଟର, ଦାରିଙ୍ଗିବାଡ଼ିରେ ୧୨ ମିଲିମିୟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା ହେବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ।

ଏଥିସହ ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ । ସେହପିରି ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା । ଗତ ୨୪ ଘଣ୍ଟାରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୮ ମିଲିମିଟର, ଭବାନୀପାଟଣାରେ ୨୦ ମିଲିମିଟର, ଦାରିଙ୍ଗିବାଡ଼ିରେ ୧୨ ମିଲିମିୟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୁଣି ଥରେ ରାଜ୍ୟରେ ବର୍ଷା ହୋଇପାରେ । ଗୋଟିଏ ନଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.