ବଣିକ୍ ଫାଙ୍କିଛି ଟ୍ୟାକ୍ସ, ସେଣ୍ଟ୍ରାଲ GST କରିଛି ଚଢାଉ

ଗ୍ରାହକ ସାଜି ସେଣ୍ଟ୍ରାଲ GSTର ଗୁଇନ୍ଦା ଟିମ ଚଳାଇଥିଲା ଅପରେସନ। ଗଲା ୫ ବର୍ଷ ଧରି ଟ୍ୟାକ୍ସର ଅନୁଧ୍ୟାନ କରିବା ପରେ ମ୍ୟାଟେରିଆଲ ସପ୍ଲାୟ ବାବଦରେ ୧୮ ପ୍ରତିଶତ ଟ୍ୟାକ୍ସ ଫାଙ୍କି ଥିବା ନଜରକୁ ଆସିଥିଲା ।

କେନ୍ୟୁଜ୍(ବ୍ୟୁରୋ): ବଣିକ୍  କୋଚିଂ ସେଣ୍ଟର ନାଁ  ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କାର ଟ୍ୟାକ୍ସ  ଫାଙ୍କିଥିବା ସନ୍ଦେହ କରି ଯାଞ୍ଚ ଚଳାଇଛି ସେଣ୍ଟ୍ରାଲ ଜିଏସଟି।  ଗ୍ରାହକ ସାଜି ସେଣ୍ଟ୍ରାଲ GSTର ଗୁଇନ୍ଦା ଟିମ ଚଳାଇଥିଲା ଅପରେସନ। ଗଲା ୫ ବର୍ଷ ଧରି ଟ୍ୟାକ୍ସର ଅନୁଧ୍ୟାନ କରିବା ପରେ ମ୍ୟାଟେରିଆଲ ସପ୍ଲାୟ ବାବଦରେ ୧୮ ପ୍ରତିଶତ ଟ୍ୟାକ୍ସ ଫାଙ୍କି ଥିବା ନଜରକୁ ଆସିଥିଲା ।

ଏହା ସହ ବଣିକର କୋଚିଂ ଓ ମ୍ୟାଟେରିଆଲ ସପ୍ଲାଏ ବାବଦକୁ କେତେ ଆର୍ଥିକ କାରବାର ହୋଇଛି ସେତିକି ଉପରେ ଜିଏସଟି ପେମେଣ୍ଟ କରାଯାଉନଥିବା ସନ୍ଦେହ କରାଯାଉଛି । ଗତ କାଲି ୧୮ ଘଣ୍ଟା ଧରି ୨ ଟିମର ୩୦ ଅଧିକାରୀ ବଣିକ ଉପରେ କରିଥିଲେ ରେଡ଼ । ଜରୁରୀ କାଳୀନ କାଗଜ ପତ୍ର ଯାଞ୍ଚ କରାଯିବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ଏହା ସହ ବଣିକ୍ ନାଁରେ DGGI ପକ୍ଷରୁ ଟ୍ୟାକ୍ସ ଫାଙ୍କିବା ନେଇ ଏକ ମାମଲା ରୁଜୁ ହୋଇଛି । ବଣିକର CMD ସୁବ୍ରତ ଛାଟୋଇଙ୍କୁ ମଧ୍ୟ DGGI ପକ୍ଷରୁ ଗତ କାଲି ପଚରାଉଚରା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.