ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ, ୧୬ ଘଣ୍ଟାରେ ୪ ମିଲିୟନ ଫଲୋୟର୍ସ
ରେକର୍ଡ କଲେ ଥାଲାପତି ବିଜୟ । ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବାର ମାତ୍ର ୧୬ ଘଣ୍ଟାରେ ହେଲେ ୪ ମିଲିୟନ ଫଲୋୟର୍ସ । ଇନଷ୍ଟାରେ ଆକ୍ଟିଭ ରହିବା ପାଇଁ ଫଲୋୟର୍ସ କରୁଛନ୍ତି ବିଜୟଙ୍କୁ ଅନୁରୋଧ ।
ସାଉଥ ସୁପରଷ୍ଟାର ଥାଲାପତିବିଜୟ ନିଜର ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । ବିଜୟ ନିକଟରେ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲି ପ୍ରଥମ ପୋଷ୍ଟ କରିଛନ୍ତି । ଆଉ ଗୋଟେ ପୋଷ୍ଟରେ ବିଜୟଙ୍କ ଇନଷ୍ଟାଗ୍ରାମରେ ୪ ମିଲିୟନ ଫଲୋୟର୍ସ ହୋଇଛନ୍ତି । ପ୍ରଥମ ପୋଷ୍ଟରେ ନିଜର ଫଟୋରେ କ୍ୟାପସନ ଦେଇ ଲେଖିଛନ୍ତି, ‘ ହାଲୋ ନାନ୍ବାସ ଏବଂ ନାନ୍ବିସ୍ ’ ।
ଆଉ ଇନଷ୍ଟାଗ୍ରାମରେ ସୁପରଷ୍ଟାର ବିଜୟଙ୍କ ଏଣ୍ଟ୍ରି ହେବା ପରେ କିଛି ଘଣ୍ଟା ପରେ ଫଲୋୟର୍ସ ସଂଖ୍ୟା ୪୧ ଲକ୍ଷ ହୋଇଛି । କମେଣ୍ଟରେ ବିଜୟଙ୍କ ଫ୍ୟାନ୍ସ ଶୁଭକାମନା ଜଣାଇଛନ୍ତି । ଆଉ ଇନଷ୍ଟାରେ ଆକ୍ଟିଭ ରହିବା ପାଇଁ ଫ୍ୟାନ୍ସ ତାଙ୍କୁ ଅନୁରୋଧ କରୁଛନ୍ତି । କିଛି ଦିନ ପୂର୍ବରୁ ସେ ଇନଷ୍ଟାଗ୍ରାମ ଠାରୁ କିଛି ସମୟ ପର୍ଯ୍ୟନ୍ତ ନିଜର ଦୂରତା ବଜାୟ ରଖିଥିଲେ ।
View this post on Instagram
ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଥିବା ଏହି ଅଭିନେତା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ବିଜୟ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ପରେ #ThalapathyOnInstagram ଟ୍ରେଣ୍ଡ କରିଥିଲା ।