ଗଜପତି: ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ
ଯାଞ୍ଚବେଳେ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା l ଥାନାରେ ଜବତ ଗଞ୍ଜେଇକୁ ଓଜନ କଲାବେଳେ ତାହା ୬ କୁଇଣ୍ଟାଲ ୨୨ କେଜି୨୦୦ ଗ୍ରାମ୍ ବୋଲି ଜଣାପଡିଛି ।
ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ନଳାଘାଟ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ ଅପ୍ ନଂ OD 07 s 9311 କୁ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଥାନାରେ ଜବତ ଗଞ୍ଜେଇକୁ ଓଜନ କଲାବେଳେ ତାହା ୬ କୁଇଣ୍ଟାଲ ୨୨ କେଜି୨୦୦ ଗ୍ରାମ୍ ବୋଲି ଜଣାପଡିଛି ।
ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଆର.ଉଦୟଗିରି ଥାନା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ସୁଶୀଲ ଲିମା ଏବଂ ଖ୍ରୀଷ୍ଟପୁର ଗ୍ରାମର ରଞ୍ଜନ ପରିଚ୍ଛାକୁ ଗିରଫ କରିଛି। ଉକ୍ତ ଗଞ୍ଜେଇ ଅଡବା ଥାନା ପରମାଗୁଡା ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ କରାଯାଉଥିବା ବେଳେ ଜବତ ଗଞ୍ଜେଇର ବଜ଼ାର ମୂଲ୍ୟ ୩ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି ।