ହଠାତ୍ ଟଙ୍କା ଆବଶ୍ୟକ ପଡୁଛି କି, ତେବେ ଲୋନ୍ କି କରଜ ନୁହେଁ ଏଇଠି ମିଳିଯିବ ଟଙ୍କା

ହଠାତ୍ ଟଙ୍କା ଆବଶ୍ୟକ ପଡିଲେ ଆମେ ପର୍ସନାଲ ଲୋନ୍ ନେଉ ଅବା କାହା ଠାରୁ ହାତ ଉଧାରୀ ବା କରଜ ଆଣୁ । ଏଥିପାଇଁ ଅନ୍ୟ ପାଖରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡେ । ଅନ୍ୟ ଉପରେ ନିର୍ଭର କରିବାକୁ ପଡେ । କିନ୍ତୁ ଏଣିକି ଆଉ ଏଭଳି କରିବାକୁ ପଡିବ ନାହିଁ ।

ହଠାତ୍ ଟଙ୍କା ଆବଶ୍ୟକ ପଡିଲେ ଆମେ ପର୍ସନାଲ ଲୋନ୍ ନେଉ ଅବା କାହା ଠାରୁ ହାତ ଉଧାରୀ ବା କରଜ ଆଣୁ । ଏଥିପାଇଁ ଅନ୍ୟ ପାଖରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡେ । ଅନ୍ୟ ଉପରେ ନିର୍ଭର କରିବାକୁ ପଡେ । କିନ୍ତୁ ଏଣିକି ଆଉ ଏଭଳି କରିବାକୁ ପଡିବ ନାହିଁ । ଘରେ ବସି ଅତି ସହଜରେ ପାଇଯିବେ ଟଙ୍କା । କାହା ପାଖକୁ ଯିବେ ନାହିଁ କି କାହା ପାଖରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବ ନାହିଁ ।

ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ ମଧ୍ୟ ଆପଣ ଆବଶ୍ୟକୀୟ ଟଙ୍କା ପାଇଯିବେ । ଆମେ କହୁଛୁ ଜନ ଧନ ଆକାଉଣ୍ଟ ବିଷୟରେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ସରକାରୀ ବ୍ୟାଙ୍କଗୁଡିକରେ ଅଧିକ ଆକାଉଣ୍ଟ ଖୋଲାଯାଏ । କିନ୍ତୁ ଯଦି ଆପଣ ଚାହାଁନ୍ତି ତାହେଲେ ଜନ ଧନ ଆକାଉଣ୍ଟ ଏକ ଘରୋଇ ବ୍ୟାଙ୍କରେ ମଧ୍ୟ ଖୋଲିପାରିବେ । ଜନ ଧନ ଯୋଜନା ଆକାଉଣ୍ଟରେ ଆକାଉଣ୍ଟଧାରୀ ଅନେକ ସୁବିଧା ପାଇଥାଏ । ଏହି ଅଧୀନରେ ଶୂନ ବାଲାନ୍ସ ସଞ୍ଚୟ ଖାତା ଖୋଲାଯାଏ । ଏଥିରେ ଦୁର୍ଘଟଣା ବୀମା, ଓଭରଡ୍ରାଫ୍ଟ ସୁବିଧା, ଚେକ୍ ବୁକ୍ ସହିତ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ ।

କିନ୍ତୁ ଜନଧନ ଅଧୀନରେ ଖୋଲିଥିବା ଆକାଉଣ୍ଟରେ ଯଦି କୌଣସି ବାଲାନ୍ସ ନାହିଁ, ତଥାପି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ଏହି ସୁବିଧା ଏକ ସ୍ୱଳ୍ପ ମିଆଦି ଋଣ ପରି । ପୂର୍ବରୁ ଏହି ପରିମାଣ ୫ ହଜାର ଟଙ୍କା ଥିଲା । ସରକାର ବର୍ତ୍ତମାନ ଏହି ସୁବିଧାକୁ ୧୦,୦୦୦ କୁ ବୃଦ୍ଧି କରିଛନ୍ତି।

ଏହି ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷ । ଓଭରଡ୍ରାଫ୍ଟ ସୁବିଧା ପାଇବାକୁ, ଆପଣଙ୍କର ଜନ ଧନ ଆକାଉଣ୍ଟ ଅତି କମରେ ୬ ମାସ ପୁରୁଣା ହେବା ଆବଶ୍ୟକ । ଯଦି ଏହା ନ ହୁଏ, କେବଳ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ଉପଲବ୍ଧ ।

ଖାତା କିପରି ଖୋଲିବେ?

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ସରକାରୀ ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଅଧିକ ଖୋଲାଯାଏ। କିନ୍ତୁ ଯଦି ଆପଣ ଚାହାଁନ୍ତି, ଜନଧନ ଆକାଉଣ୍ଟକୁ ଏକ ଘରୋଇ ବ୍ୟାଙ୍କରେ ମଧ୍ୟ ଖୋଲିପାରିବେ । ଯଦି ଆପଣଙ୍କର ଅନ୍ୟ କୌଣସି ସଞ୍ଚୟ ଖାତା ଅଛି, ଆପଣ ଏହାକୁ ଜନଧନ ଆକାଉଣ୍ଟରେ ମଧ୍ୟ ରୂପାନ୍ତର କରିପାରିବେ । ଭାରତରେ ରହୁଥିବା ଯେକୌଣସି ନାଗରିକର ବୟସ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେ ଏହି ଯୋଜନା ଅଧୀନରେ ଖାତା ଖୋଲିପାରିବେ ।

Leave A Reply

Your email address will not be published.