କାହାକୁ ଅନଲାଇନ୍‌ ପେମେଣ୍ଟ କରିବା ପୂର୍ବରୁ ଜାଣନ୍ତୁ ଟାଇମ୍‌ ଲିମିଟ୍‌, ନଚେତ ଟ୍ରାନଜାକସନ୍‌ ମଝିରେ ହୋଇଯିବ ବ୍ଲକ

ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ସବୁ ଆପର ଏକ ଲିମିଟ୍‌ ରହିଛି ଏବଂ ଯଦି ଆପଣ ଏହାକୁ ନଜାଣି ବାରମ୍ବାର ଟ୍ରାନଜାକସନ୍‌ କରିବେ ତାହେଲେ ଟ୍ରାନଜାକସନ୍‌ ମଝିରେ ହିଁ ବ୍ଲକ ହୋଇଯିବ ।

ଯଦି ଆପଣ ଦିନର ଚା ଠାରୁ ନେଇ ରାତିର ଡିନର ପର୍ଯ୍ୟନ୍ତ ସବୁକିଛି ଅନଲାଇନରେ ମଗାଉଛନ୍ତି କିମ୍ବା ଏଥିପାଇଁ ଅନଲାଇନ୍‌ ମନି ଟ୍ରାନ୍ସଫର କରୁଥିବା ଆପ୍ସ ଉପରେ ନିର୍ଭର କରୁଛନ୍ତି ତାହେଲେ ଏବେ ଆପଣଙ୍କୁ ଏହାର ଟାଇମ ଲିମିଟ ବିଷୟରେ ନିହାତି ଜାଣିବା ଉଚିତ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ସବୁ ଆପର ଏକ ଲିମିଟ୍‌ ରହିଛି ଏବଂ ଯଦି ଆପଣ ଏହାକୁ ନଜାଣି ବାରମ୍ବାର ଟ୍ରାନଜାକସନ୍‌ କରିବେ ତାହେଲେ ଟ୍ରାନଜାକସନ୍‌ ମଝିରେ ହିଁ ବ୍ଲକ ହୋଇଯିବ । ଖାଲି ଏତିକି ନୁହେଁ ଏହି କାରଣରୁ ଆପଣଙ୍କୁ ବହୁତ ସମସ୍ୟା ହୋଇପାରେ । ଏପରି ସମସ୍ୟା ନ ହେଉ ସେଥିପାଇଁ କିଛି କଥାକୁ ଧ୍ୟାନ ରଖିବାକୁ ହେବ । ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛୁ କେଉଁ ୟୁପିଆଇ ପେମେଣ୍ଟରେ କେତେ ରହିଛି ଟ୍ରାନଜାକସନ୍‌ ଲିମିଟ୍‌ ।

ଫୋନପେ : ଫୋନ୍‌ ପେ ମଧ୍ୟ ଏକ ବହୁତ ହି ପପଲୁାର ଆପ୍‌ ଅଟେ ଯାହା ସାହାଯ୍ୟରେ ଆପଣ ଗୋଟେ ଦିନରେ ୧୦୦୦୦୦ ଟଙ୍କା କାହାକୁ ବି ସେଣ୍ଡ କରିପାରିବେ । ଏହାବ୍ୟତୀତ ଗୋଟେ ଘଣ୍ଟାରେ ଆପଣ ୨୦,୦୦୦ ଟଙ୍କାର ଟ୍ରାନଜାକସନ୍‌ କରିପାରିବେ । ଏହି ଆପରେ ମଧ୍ୟ ଆପଣ ଗୋଟେ ଦିନରେ ୨୦ଟି ଟ୍ରାନଜାକସନ୍‌ କରିପାରିବେ । ଏବଂ ୧ ଘଣ୍ଟାରେ ଆପଣଙ୍କୁ କେବଳ ୫ଟି ଟ୍ରାନଜାକସନ୍‌ କରିବାର ସୁବିଧା ରହିଛି ।

ପେଟିଏମ : ସର୍ବପ୍ରଥମେ ଆମେ ଆପଣଙ୍କୁ ପେଟିଏମ ବିଷୟରେ କହିବାକୁ ଯାଉଛୁ ଯାହା ସେବେ ଠାରୁ ଚର୍ଚ୍ଚାରେ ରହିଛି ଯେବେ ଠାରୁ ଭାରତରେ ନୋଟବନ୍ଦୀ ହୋଇଥିଲା । ସେବେ ଠାରୁ ନେଇ ଏବେ ପର୍ଯ୍ୟନ୍ତ କୋଟି କୋଟି ୟୁଜର୍ସ ଏହାର ବ୍ୟବହାର କରୁଛନ୍ତି । ଆପଣ ଏହି ଆପ୍‌ ଜରିଆରେ ସାରା ଦିନରେ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ । କେବଳ ଏତିକି ନୁହେଁ ପ୍ରତି ୧ ଘଣ୍ଟାରେ ୨୦ ହଜାର ଟଙ୍କା ପଠାଇପାରିବେ । ଏହି ଆପରେ ଆପଣ ଗୋଟେ ଦିନରେ କିମ୍ବା ଗୋଟେ ଘଣ୍ଟାରେ ୫ଟି ଟ୍ରାନଜାକସନ୍‌ କରିପାରିବେ ।

ଗୁଗଲ ପେ : ଗୁଗଲ ପେ ମଧ୍ୟ ଏକ ପୁରୁଣା ମନି ଟ୍ରାନ୍ସଫର ଆପ୍‌ । ଯାହା ବହୁତ ସହଜ, କାହିଁକିନା ବହୁତ ୟୁଜର୍ସ ରେଗୁଲାର ବେସିସରେ ଏହାର ବ୍ୟବହାର କରୁଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟି ଦିନରେ ଏହି ଆପରେ ୧୦ ଟି ଟ୍ରାନଜାକସନ ହୋଇପାରିବ । ଏହି ଆପ୍‌ ସାହାଯ୍ୟରେ ଆପଣ ମ୍ୟାକ୍ସିମମ୍‌ ଲକ୍ଷେ ଟଙ୍କା ସେଣ୍ଡ କରିପାରିବେ ।

ଆମାଜନ୍‌ ପେ : ଆମାଜନ ପେ ବିଷୟରେ କହିବା ତ ୟୁଜର୍ସ ଏହି ଆପରେ ଲକ୍ଷେ ଟଙ୍କାରୁ ଅଧିକ ଟ୍ରାନ୍ସଫର କରିପାରିବେନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.