ଦିଲ୍ଲୀ: ରାସ୍ତାରେ ସାଇଡ୍ ନ ଦେବାରୁ ଡେଲିଭରି ବଏଙ୍କୁ ପିଟି ପିଟି ମାରିଦେଲେ ଦୁଇ ଯୁବକ
ରାଜଧାନୀ ଦିଲ୍ଲୀର ସାଦିପୁର ଗ୍ରାମରେ ଏକ ମାମୁଲି ବିବାଦକୁ ନେଇ ଦୁଇ ଯୁବକ ଜଣେ ଡେଲିଭରି ବଏଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ରାଜଧାନୀ ଦିଲ୍ଲୀର ସାଦିପୁର ଗ୍ରାମରେ ଏକ ମାମୁଲି ବିବାଦକୁ ନେଇ ଦୁଇ ଯୁବକ ଜଣେ ଡେଲିଭରି ବଏଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣା ବିଷୟରେ ଖବର ପାଇ ପୋଲିସ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲା ସେଣ୍ଟ୍ରାଲ ଦିଲ୍ଲୀର ବୋଲି କୁହାଯାଉଛି।
ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଏଠାରେ ଦୁଇ ଯୁବକ ମନୀଷ ଓ ଗୋଲୁ କ୍ୟାବ୍ ଯୋଗେ ଯାଉଥିଲେ। ଏହି ସମୟରେ ବାଇକ୍ ଯୋଗେ ୩୯ ବର୍ଷୀୟ ପଙ୍କଜ ଠାକୁର ସେହି ରାସ୍ତା ଦେଇ ଯାଉଥିଲେ। ରାସ୍ତାରେ ସାଇଡ୍ ଦେବାକୁ ନେଇ ପଙ୍କଜ ଠାକୁରଙ୍କ ସହ ଦୁଇ ଯୁବକଙ୍କର ଜୋର୍ଦାର ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ତିନି ଜଣଙ୍କ ମଧ୍ୟରେ ମାରପଟ ଆରମ୍ଭ ହୋଇଯାଇଥିଲା।
ଅଭିଯୁକ୍ତ ମନୀଷ ଓ ଗୋଲୁ ଡେଲିଭରି ବଏ ପଙ୍କଜ ଠାକୁରଙ୍କୁ ଚେତାଶୂନ୍ୟ ହେବା ପର୍ଯ୍ୟନ୍ତ ପିଟି ଚାଲିଥିଲେ। ସେମାନେ ପଙ୍କଜଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ ଯେ ରାସ୍ତାରେ ପଥଚାରୀମାନେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଦୁର୍ଭାଗ୍ୟର କଥା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ମୁତାବକ, ମୃତ ଡେଲିଭରି ବଏ ପଙ୍କଜ ଠାକୁରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନ ଅଛନ୍ତି।