ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ଏହାକୁ CFSL ପଠାଇଛନ୍ତି । ଏହି ୩ଟି ମୋବାଇଲରୁ ବ୍ଲାକମେଲ ଓ ହନି ଟ୍ରାପର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କେନ୍ୟୁଜ୍(ବ୍ୟୁରୋ): CFSLକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ । ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ଫୋନକୁ CFSLକୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁ ଙ୍କ ଆପଲ ଇ ଫୋନ୍‌କୁ CFSL କୋଲକାତା ପଠାଯାଇଛି । ପୂର୍ବରୁ ଏହି ସବୁ ମୋବାଇଲ ଫୋନକୁ ରାଜ୍ୟ ଫୋରେନସିକ୍‌କୁ କମିଶନରେଟ ପୋଲିସ ପଠାଇଥିଲା ।

ହେଲେ SFSL ଏଥିରୁ ତଥ୍ୟ ବାହାର କରିନଥିଲେ । ED ଏହାକୁ CFSL କୋଲକତାକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ଏହାକୁ CFSL ପଠାଇଛନ୍ତି । ଏହି ୩ଟି ମୋବାଇଲରୁ ବ୍ଲାକମେଲ ଓ ହନି ଟ୍ରାପର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.