ହୋଟେଲକୁ ଖାଇବାକୁ ଯାଇ ଭିଡ ଭିତରେ ଫସିଗଲେ ଏହି ଫେମସ୍ କପଲ

ଭିଡ ଭିତରେ ଫସିଗଲେ ଦେଶର ଲୋକପ୍ରିୟ ପତିି-ପତ୍ନୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଏହି ଦୁଇଜଣ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଏବେ ପୁଣି ଏହି ଭିଡିଓ ପରେ ଉଭୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ବେଙ୍ଗାଲୁରୁ : ଭିଡ ଭିତରେ ଫସିଗଲେ ଦେଶର ଲୋକପ୍ରିୟ ପତିି-ପତ୍ନୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଏହି ଦୁଇଜଣ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଏବେ ପୁଣି ଏହି ଭିଡିଓ ପରେ ଉଭୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏକ ହୋଟେଲରେ ଏହି କପଲ୍ ଲୋକଭିଡ ଭିତରେ ଫସି ଯାଇଥିବା ଦେଖିବା ମିଳିଛି। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବହୁପ୍ରଶଂସକ ବିରାଟ ଓ ଅନୁଷ୍କା ଯାଇଥିବା ଏକ ହୋଟେଲ ବାହାରେ ଭିଡ ଜମାଇଥିଲେ। ଏହି ପ୍ରଶଂସକମାନେ ବିରାଟ କୋହଲି ଓ ଆରସିବିର ନାରା ଦେଇ ଜୋରରେ ପାଟି କରି ନିଜ ଖୁସି ବଖାଣୁଥିଲେ। କୋହଲି ଓ ଅନୁଷ୍କାଙ୍କ ବଡିଗାର୍ଡ ଭିଡକୁ ନିୟନ୍ତ୍ରଣ କରିରିନଥିଲେ। ସେଠାରୁ ସେମାନଙ୍କୁ ବାହାର କରିବା ଏପ୍ରକାରର କାଠିକର ପାଠ ହୋଇଥିଲା। ଏହି ଷ୍ଟାର ଦମ୍ପତି ହୋଟେଲରୁ ବାହାରକୁ ଯିବାକୁ ବହୁତ ସମୟ ଅପେକ୍ଷା କରି ରହିଥିଲେ।

ସୂଚନା ଥାଉକି, ଏହି ଦମ୍ପତି ବାଙ୍ଗାଲୋରର ସିଟିଆର ମଲେଶ୍ୱରାମ ହୋଟେଲରେ ଖାଇବାକୁ ଯାଇଥିଲେ। କିନ୍ତୁ ସେମାନେ ଜାଣି ନଥିଲେ ଯେ ଏହି ମଧ୍ୟାହ୍ନ ଭୋଜନ ଉଭୟଙ୍କ ପାଇଁ କିଛି ଏମିତି ଅସୁବିଧା ସୃଷ୍ଟି କରିବ । କିଛି ସମୟ ମଧ୍ୟରେ ଆରସିବିର ବହୁ ସଂଖ୍ୟକ ପ୍ରଶଂସକ ଖବର ପାଇ ସେହି ହୋଟେଲରେ ପହଂଚି ଯାଇଥିଲେ। କିଏ ଗୋଟେ ସେଲ୍ଫି ନେବାକୁ କହୁଥିଲା ତ କିଏ ଗୋଟେ ଝଲକ ଦେଖିବାକୁ ଚାହିଁଥିଲା। ଶେଷରେ ବହୁ ଅପେକ୍ଷା କରିବାପରେ ଉଭୟ ବାହାର ଆସିଥିଲେ ଏବଂ ସିଧା ଯାଇ ବସିପଡିଥିଲେ।

ସତକ ହିବାକୁ ଗଲେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଏକ ଚର୍ଚ୍ଚିତ ଦମ୍ପତ୍ତି ଭାବରେ ରହିଆସିଛନ୍ତି। ଏମିତିରେ ବି ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ତେବେ ଆଶା କରୁଛୁ ଆଜିର ଏହି ଭିଡିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଏଭଳି ଖବର ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ଚ୍ଯାନେଲ୍ କେନ୍ଯୁଜ୍ ଓଡିଶା ସହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.