ସମ୍ପତ୍ତି ଲୋଭରେ ନିଜ ମାକୁ ମୃତ ଦର୍ଶାଇଲା ପୁଅ, ବଞ୍ଚି ଥାଉ ଥାଉ ବାହାର କଲା ଡେଥ୍ ସାର୍ଟିଫିକେଟ

ମା ବଞ୍ଚି ଥାଉ ଥାଉ ମା ନାମରେ ମୃତ ସାର୍ଟିଫିକେଟ ବାହାର କଲା ପୁଅ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ଖଣ୍ଡଗିରି ଥାନା ବରମୁଣ୍ଡା ଗାଁରେ। ବରମୁଣ୍ଡା ଗାଁର ସକ୍ଷୀ ମହାରଣାଙ୍କ ବଡ଼ ପୁଅ କୃଷ୍ଣଚନ୍ଦ୍ର ମହାରଣା ଭିଆଇଛନ୍ତି ଏଭଳି କାଣ୍ଡ ।

ଭୁବନେଶ୍ୱର (କେନ୍ୟୁଜ): ସମ୍ପତ୍ତି ଲୋଭରେ ନିଜ ମାକୁ ମୃତ ଦର୍ଶାଇଲା ପୁଅ । ମା ବଞ୍ଚି ଥାଉ ଥାଉ ମା ନାମରେ ମୃତ ସାର୍ଟିଫିକେଟ ବାହାର କଲା ପୁଅ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ଖଣ୍ଡଗିରି ଥାନା ବରମୁଣ୍ଡା ଗାଁରେ। ବରମୁଣ୍ଡା ଗାଁର ସକ୍ଷୀ ମହାରଣାଙ୍କ ବଡ଼ ପୁଅ କୃଷ୍ଣଚନ୍ଦ୍ର ମହାରଣା ଭିଆଇଛନ୍ତି ଏଭଳି କାଣ୍ଡ । ବଞ୍ଚିଥିବା ମାକୁ ଅନେକ ସମୟରେ ଆକ୍ରମଣ କରିବା ସହିତ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲ ପୁଅ କୃଷ୍ଣ । ପୁଅକୁ ଜନ୍ମ ଦେବା ପରେ ବଡ଼ ପୁଅର ନାମ କୃଷ୍ଣ ଦେଇଥିଲେ ମା ସଖୀ । ନାଁ ସିନା କୃଷ୍ଣ କିନ୍ତୁ ତାଙ୍କର କାମ ହେଉଛି କଂସ ର ଦୌରାତ୍ମ୍ୟ ଭଳି ।

୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ପୁଅ ସାମାନ୍ୟ ଜମି ପାଇଁ ଆଜି ମା ବଞ୍ଚି ଥାଉ ଥାଉ ମାରି ଦେଇଛି ପୁଅ । ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ମାକୁ ଉପଯୁକ୍ତ ପୁରସ୍କାର ଦେଇ ସମାଜ ପାଇଁ ଉଦାହରଣ ସାଜିଛି ପୁଅ । ମା ବଞ୍ଚିଥିବା ଅବସ୍ଥାରେ ମାଙ୍କ ମୃତ ସାର୍ଟିଫିକେଟ, ଆଫିଡେଫିଟ, ଲିଗାଲ ହେୟାର ଆଦି ସାର୍ଟିଫିକେଟ ବାହାର୍ କରି ଗୋଟାଏ ପରେ ଗୋଟାଏ ଜମି ହଡ଼ପ କରିଛି ପୁଅ କୃଷ୍ଣ। ଖାଲି ଏତିକି ନୁହେଁ କୃଷ୍ଣ ତାଙ୍କ ସାନଭାଇ ରୁଶିକେସ ମହାରଣାଙ୍କୁ ମଧ୍ଯ କଲିକତାରେ ଏକ ଦୁର୍ଘଟଣାରେ ମୃତ ଘୋଷଣା କରି ତାଙ୍କ ନାରେ ଥିବା ଜମି ମଧ୍ଯ ଚଞ୍ଚକତାର ସହିତ ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସାନଭାଇ ବାହାରେ ରହୁଥିବାରୁ ଭାଇ ମାନଙ୍କର ଘର ତାଲା ଭଙ୍ଗୀ ଘରର ଆସବାବ ପତ୍ର ଚୋରୀ କରିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ସାନଭାଇ ରୁଶିକେଷ । ଏପରିକି ଆମ ମାଆ ଏବଂ ପୁଅକୁ ଘରୁ ବାହାର କରି ତାଲା ପକାଇ ଥିବା ଥାନାରେ ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ମା ଓ ସାନପୁଅ ନିବେଦନ କରିଛନ୍ତି।

 

Leave A Reply

Your email address will not be published.