‘ମନ୍ କି ବାତ୍@୧୦୦’ ସମ୍ମେଳନରେ ପହଞ୍ଚିଲେ ଆମିର ଖାନ ଓ ରବିନା ଟଣ୍ଡନ; ୩୦ରେ ପ୍ରସାରିତ ହେବ ୧୦୦ତମ ଏପିସୋଡ୍
ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି 'ମନ୍ କି ବାତ୍@୧୦୦’ ସମ୍ମେଳନ। ଏଥିରେ ଅଂଶଗ୍ରହଣ କରିଛନ୍ତି ବଲିଉଡ୍ ଅଭିନେତା ଆମିର ଖାନ ଓ ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍ ଆସନ୍ତା ୩୦ ତାରିଖରେ ପ୍ରସାରିତ ହେବ।

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ‘ମନ୍ କି ବାତ୍@୧୦୦’ ସମ୍ମେଳନ। ଏଥିରେ ଅଂଶଗ୍ରହଣ କରିଛନ୍ତି ବଲିଉଡ୍ ଅଭିନେତା ଆମିର ଖାନ ଓ ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍ ଆସନ୍ତା ୩୦ ତାରିଖରେ ପ୍ରସାରିତ ହେବ। ‘ମନ୍ କି ବାତ୍@୧୦୦’ ସମ୍ମେଳନରେ ୧୦୦ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି, ଯେଉଁମାନଙ୍କ ବିଷୟରେ ପିଏମ ମୋଦି ନିଜର ରେଡିଓ କାର୍ଯ୍ୟକ୍ରମରେ ଉଲ୍ଲେଖ କରିସାରିଛନ୍ତି।
କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବଲିଉଡ ଅଭିନେତା ଆମିର ଖାନଙ୍କ ସହ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ପହଞ୍ଚିଥିଲେ। ଆମିର ଖାନ ପିଏମ ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ ଏବଂ ଏହାକୁ ଖୁବ୍ ପ୍ରଶଂସା କରିଥିଲେ।
କହି ରଖୁଛୁ, ଆସନ୍ତା ଏପ୍ରିଲ ୩୦ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡ୍ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ଆମିର ଖାନ, ରବିନା ଟଣ୍ଡନଙ୍କ ବ୍ୟତୀତ ପୁଡୁଚେରୀ ରାଜ୍ୟପାଳ କିରଣ ବେଦୀ, ଦୀପା ମଲିକ, ସଙ୍ଗୀତକାର ରିକି କେଜଙ୍କ ପରି ବଡ଼ ବଡ଼ ବ୍ୟକ୍ତିତ୍ୱ ମଧ୍ୟ ଅଂଶଗ୍ରହଣ କରିବେ।
ନିକଟରେ ଏକ ଅଧ୍ୟୟନ ମୁତାବକ, ଦେଶର ୧୦୦ କୋଟି ଲୋକ ଏହି ରେଡିଓ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ୯୬ ପ୍ରତିଶତ ଲୋକ ଏହା ବିଷୟରେ ଜାଣିଛନ୍ତି। ୩ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ନିୟମିତ ଶ୍ରୋତା ଏବଂ ୪୧ କୋଟି ଲୋକ କେବେକେବେ ଏହାକୁ ଶୁଣନ୍ତି। ଏହି କାର୍ଯ୍ୟକ୍ରମ ଶୁଣୁଥିବା ଅଧିକାଂଶ ଲୋକଙ୍କ କହିବା ହେଲା, ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ଯୋଜନା ବିଷୟରେ ସେମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।
#WATCH | ‘Mann Ki Baat’ has had a huge impact on the people of India, says Aamir Khan at “Mann Ki Baat@100” National Conclave in Delhi. pic.twitter.com/Jx7yUn7uOM
— ANI (@ANI) April 26, 2023