Below header

ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ରାତିରେ ଖାଇସାରି ଶୋଇବା ସମୟରେ ନିଜ ବଡ ପୁଅ କୁସୁନୁ ନିଜ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅର ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ତିରିଂ ଥାନାରେ ଜଣାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲାର ତଦନ୍ତ ଚଳାଇଛି

ମୟୁରଭଞ୍ଜ(କେନ୍ୟୁଜ୍): ପୁଅର ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ । ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନିଜ ଜନ୍ମ କଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ପଟକାଡିହି ଗାଁରେ । ମୃତକ ହେଲେ ପଟକାଡିହି ଗ୍ରାମର ଗୁଡ଼ୁରା ଟୁଡୁ ।

ରାତିରେ ଖାଇସାରି ଶୋଇବା ସମୟରେ ନିଜ ବଡ ପୁଅ କୁସୁନୁ ନିଜ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅର ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ତିରିଂ ଥାନାରେ ଜଣାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.