ଆଜି କେମିତି ରହିବ ଆପଣଙ୍କ ରାଶି, ପଢ଼ନ୍ତୁ ରାଶିଫଳ

ଦିନ ସମୟରେ ଆପଣଙ୍କୁ ଧନ ସମସ୍ୟା ହୋଇପାରେ, କିନ୍ତୁ ରାତିରେ ଧନ ପ୍ରାପ୍ତି ହେବ। ପରିବାରର ଛୋଟ ପିଲାଙ୍କ ସହିତ ପାର୍କ ଯାଇ ମଜା, ମସ୍ତି କରିପାରନ୍ତି।

ମେଷ: ଦିନ ସମୟରେ ଆପଣଙ୍କୁ ଧନ ସମସ୍ୟା ହୋଇପାରେ, କିନ୍ତୁ ରାତିରେ ଧନ ପ୍ରାପ୍ତି ହେବ। ପରିବାରର ଛୋଟ ପିଲାଙ୍କ ସହିତ ପାର୍କ ଯାଇ ମଜା, ମସ୍ତି କରିପାରନ୍ତି।

ବୃଷ: ଆଜିର ଦିନ ମଜା, ମସ୍ତି ଏବଂ ଉତ୍ସାହରେ ଭରି ରହିବ। ଆପଣ କିଛି ପଇସା ରୋଜଗାର କରିପାରନ୍ତି। ନିଜ ସାଙ୍ଗ ଏବଂ ପରିବାର ଲୋକଙ୍କ ସହିତ ଅଧିକ ଯୁକ୍ତି କରନ୍ତୁ ନାହିଁ।

ମିଥୁନ: ଅନ୍ୟ ପ୍ରତି ପ୍ରେମ ଏବଂ ଦୟା ଦେଖାଇବାର ଆଜି ହେଉଛି ଭଲ ଦିନ। କିଛି ଭାବନାକୁ ନିଜ ପାଖରେ ହିଁ ରଖନ୍ତୁ। ଆଜି ଆପଣ କିଛି ଅତିରିକ୍ତ ପଇସା ରୋଜଗାର କରିପାରନ୍ତି।

କର୍କଟ: ଆଜି ଆପଣ ବାହାରକୁ ବୁଲିବାକୁ ଯିବେ ଏବଂ ବହୁତ ମଜା, ମସ୍ତି କରିବେ। ଏଥିଯୋଗୁ ଆପଣଙ୍କ ମନ ପ୍ରସନ୍ନ ରହିବ। ପଇସାର ସ୍ଥିତି ଭଲ ରହିବ।

ସିଂହ: ଆଜି ଆପଣ ବହୁତ ଉତ୍ସାହୀ ରହିବେ। ଏକ ମଜାଳିଆ କାର୍ଯ୍ୟକ୍ରମ ଆୟୋଜନ କରିପାରନ୍ତି। ଜାଣିଶୁଣି ସାଥୀଙ୍କୁ ଆଘାତ ଦେଲା ଭଳି କଥା କହିବେ, ଯଦ୍ଦ୍ଵାରା ନିଜେ ଦୁଃଖୀ ହେବେ।

କନ୍ୟା: ଆପଣଙ୍କ ଦାନ୍ତ କିମ୍ବା ପେଟରେ ଯନ୍ତ୍ରଣା ହୋଇପାରେ। ଉପଶମ ପାଇଁ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକ ପଡ଼ିବ। ଘରର ଜିନିଷପତ୍ର କିଣିବାରେ ପଇସା ଖର୍ଚ୍ଚ ହୋଇପାରେ।

ତୁଳା: ନିଜ ପାଇଁ କିଛି କରିବା ବଦଳରେ ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରକୁ ଭଲ ଲାଗିବ। କେଶର ଯତ୍ନ ନେବେ।

ବିଛା: ଆଜି ଆପଣ ସାଙ୍ଗମାନଙ୍କ ସହିତ ମଜାଦାର ଯାତ୍ରାରେ ଯିବେ। ଧନ ମାମଲାରେ ସାବଧାନ ରୁହନ୍ତୁ। ପାର୍ଟନରଙ୍କ ସହିତ ଆଜି ଆପଣଙ୍କର ବହୁତ ଭଲ କଥାବାର୍ତ୍ତା ହୋଇପାରେ।

ଧନୁ: ଆଜି ଆପଣ ସଞ୍ଚୟ କରିଥିବା ଧନ ବ୍ୟବହାର କରିବେ। ପିଲାମାନଙ୍କ ସହିତ ସମୟ ବିତାଇବେ, ଯଦ୍ଦ୍ଵାରା ମନ ଖୁସି ରହିବ। ଆଜି କୌଣସି ଗଛ ଲଗାଇ ପାରନ୍ତି।

ମକର: ଆପଣଙ୍କର ଦୟାଳୁ ସ୍ୱଭାବ ଆପଣଙ୍କ ପାଇଁ ବହୁତ ଖୁସି ନେଇ ଆସିବ। ଆପଣ ନିଜ ପାଇଁ କିଛି ପଇସା ସଞ୍ଚୟ କରିବାକୁ ସକ୍ଷମ ହେବେ। ନିଜ କାମକୁ ନେଇ ଚିନ୍ତିତ ହୋଇପାରନ୍ତି।

କୁମ୍ଭ: ଆଜି ଆପଣଙ୍କୁ ନିଜ ଭାଇ କିମ୍ବା ଭଉଣୀ ସାହାଯ୍ୟରୁ କିଛି ଟଙ୍କା ମିଳିପାରେ। ଯଦି ଆପଣ ଶାନ୍ତିପୂର୍ଣ୍ଣ ସମୟ ବିତାଇବାକୁ ଚାହୁଁଛନ୍ତି, ତା’ ହେଲେ ଧାର୍ମିକ ସ୍ଥଳ ଯାଇପାରିବେ।

ମୀନ: ତେଲ ଛଣା ଜିନିଷଠୁ ଦୂରେଇ ରୁହନ୍ତୁ। ଆଜି କେବଳ ଆବଶ୍ୟକ ଜିନିଷ ହିଁ କିଣନ୍ତୁ ଏବଂ ଖର୍ଚ୍ଚ ଉପରେ ନଜର ରଖନ୍ତୁ। କୌଣସି ସ୍ଥିତିକୁ ସମ୍ଭାଳିବା ପାଇଁ ନିଜ ଭାଇଙ୍କୁ ସାହାଯ୍ୟ ମାଗିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.