ସରକାରୀ କାର୍ଯ୍ୟାଳୟ ଆଲମାରିରୁ ବାହାରିଲା ୨.୩୧ କୋଟି ଟଙ୍କା ଏବଂ ୧ କେଜିର ସୁନା ବିସ୍କୁଟ, ନଗଦ ଟଙ୍କା ଦେଖି ସମସ୍ତଙ୍କ ଆଖି ଟେରା
ଜୟପୁର ସରକାରୀ କାର୍ଯ୍ୟାଳୟ ଆଲମାରିରୁ ବାହାରିଲା ନଗଦ ୨.୩୧ କୋଟି ଟଙ୍କା ଏବଂ ୧ କେଜିର ସୁନା ବିସ୍କୁଟ୍ । ବିସ୍କୁଟ ଉପରେ ଲେଖାଥିଲା ‘ମେଡ୍ ଇନ୍ ସ୍ୱିଜରଲ୍ୟାଣ୍ଡ’ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଜୟପୁର ସରକାରୀ କାର୍ଯ୍ୟାଳୟରୁ ବାହାରିଲା ଟଙ୍କା ଓ ସୁନା । ୨.୩୧ କୋଟି ଟଙ୍କା ଏବଂ କେଜିଏ ସୁନା ବିସ୍କୁଟ ମିଳିଥିବା ଖବର ମିଳିଛି । ଯାହାକୁ ଗଣି ଗଣି ହାଲିଆ ହୋଇପଡିଲେ ଅଧିକାରୀ । ରାଜସ୍ଥାନର ସଚିବାଳୟ ନିକଟରେ ଥିବା ଏକ ସରକାରୀ କାର୍ଯ୍ୟାଳୟରୁ ଏହି ଟଙ୍କା ବାହାରିଛି । ପୋଲିସ ଏହାର ତଦନ୍ତ କରିଥିବା ବେଳେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ରାଜସ୍ଥାନର ଜୟପୁର ସ୍ଥିତ ଯୋଜନା ଭବନର ବେସମେଣ୍ଟରେ ଥିବା ଆଲମାରିରେ କିଛି ସନ୍ଦିଗ୍ଧ ଜିନିଷ ଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ଗତ ରାତିରେ ପୋଲିସ ଟିମ୍ ଚଢ଼ଉ କରି ଏକ ବ୍ୟାଗ ଜବତ କରିଥିଲା । ସେଥିରେ ପୁଳା ପୁଳା ଟଙ୍କା ଓ ସୁନା ଥିବା ଦେଖିବାକୁ ପାଇ ଏନେଇ ଆୟକର ବିଭାଗକୁ ଖବର ଦେଇଥିଲା ପୋଲିସ । ୭,୨୯୮ଟି ୨ ହଜାର ଟଙ୍କିଆ ନୋଟ, ୧୭,୧୦୭ଟି ୫୦୦ ଟଙ୍କିଆ ନୋଟ, ମିଳିଛି । ଆଉ ଯେଉଁ ସୁନା ମିଳିଛି ‘ମେଡ୍ ଇନ୍ ସ୍ୱିଜରଲ୍ୟାଣ୍ଡ’ ଲେଖାଯାଇଛି । ଆୟକର ବିଭାଗ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି ।
#WATCH | Jaipur, Rajasthan: Around Rs 2.31 crores of cash and 1 kg of gold biscuits have been found in a bag kept in a cupboard at the basement of the Government Office Yojana Bhawan. Police have seized these notes and further investigation has been started. CCTV footage is being… pic.twitter.com/xanN2NQhi7
— ANI MP/CG/Rajasthan (@ANI_MP_CG_RJ) May 19, 2023
ଜୟପୁର ପୋଲିସ କମିସନର୍ ଆନନ୍ଦ ଶ୍ରୀବାସ୍ତବ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଜୟପୁରସ୍ଥିତ ସରକାରୀ କାର୍ଯ୍ୟାଳୟ ଯୋଜନା ଭବନର ବେସମେଣ୍ଟ (ତଳଘରେ) ଥିବା ଆଲମାରିରେ ରଖାଯାଇଥିବା ଗୋଟାଏ ବ୍ୟାଗ୍ରୁ ୨.୩୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ପ୍ରାୟ ୧ କିଲୋ ସୁନା ବିସ୍କୁଟ୍ ମିଳିଛି । ସିଆରପିସି ଧାରା ୧୦୨ ଅନୁଯାୟୀ, ପୋଲିସ ଉକ୍ତ ନୋଟଗୁଡ଼ିକୁ ଜବତ କରିଛି ।
ପୋଲିସ ଘଟଣାର ୮ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଏହାସହିତ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସିଲା ତାହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।