Below header

ସରକାରୀ କାର୍ଯ୍ୟାଳୟ ଆଲମାରିରୁ ବାହାରିଲା ୨.୩୧ କୋଟି ଟଙ୍କା ଏବଂ ୧ କେଜିର ସୁନା ବିସ୍କୁଟ, ନଗଦ ଟଙ୍କା ଦେଖି ସମସ୍ତଙ୍କ ଆଖି ଟେରା

ଜୟପୁର ସରକାରୀ କାର୍ଯ୍ୟାଳୟ ଆଲମାରିରୁ ବାହାରିଲା ନଗଦ ୨.୩୧ କୋଟି ଟଙ୍କା ଏବଂ ୧ କେଜିର ସୁନା ବିସ୍କୁଟ୍‌ । ବିସ୍କୁଟ ଉପରେ ଲେଖାଥିଲା ‘ମେଡ୍‌ ଇନ୍‌ ସ୍ୱିଜରଲ୍ୟାଣ୍ଡ’ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜୟପୁର ସରକାରୀ କାର୍ଯ୍ୟାଳୟରୁ ବାହାରିଲା ଟଙ୍କା ଓ ସୁନା । ୨.୩୧ କୋଟି ଟଙ୍କା ଏବଂ କେଜିଏ ସୁନା ବିସ୍କୁଟ ମିଳିଥିବା ଖବର ମିଳିଛି । ଯାହାକୁ ଗଣି ଗଣି ହାଲିଆ ହୋଇପଡିଲେ ଅଧିକାରୀ । ରାଜସ୍ଥାନର ସଚିବାଳୟ ନିକଟରେ ଥିବା ଏକ ସରକାରୀ କାର୍ଯ୍ୟାଳୟରୁ ଏହି ଟଙ୍କା ବାହାରିଛି । ପୋଲିସ ଏହାର ତଦନ୍ତ କରିଥିବା ବେଳେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ରାଜସ୍ଥାନର ଜୟପୁର ସ୍ଥିତ ଯୋଜନା ଭବନର ବେସମେଣ୍ଟରେ ଥିବା ଆଲମାରିରେ କିଛି ସନ୍ଦିଗ୍ଧ ଜିନିଷ ଥିବା ପୋଲିସ ସୂଚନା ପାଇଥିଲା । ଏହାପରେ ଗତ ରାତିରେ ପୋଲିସ ଟିମ୍ ଚଢ଼ଉ କରି ଏକ ବ୍ୟାଗ ଜବତ କରିଥିଲା । ସେଥିରେ ପୁଳା ପୁଳା ଟଙ୍କା ଓ ସୁନା ଥିବା ଦେଖିବାକୁ ପାଇ ଏନେଇ ଆୟକର ବିଭାଗକୁ ଖବର ଦେଇଥିଲା ପୋଲିସ । ୭,୨୯୮ଟି ୨ ହଜାର ଟଙ୍କିଆ ନୋଟ, ୧୭,୧୦୭ଟି ୫୦୦ ଟଙ୍କିଆ ନୋଟ, ମିଳିଛି । ଆଉ ଯେଉଁ ସୁନା ମିଳିଛି ‘ମେଡ୍‌ ଇନ୍‌ ସ୍ୱିଜରଲ୍ୟାଣ୍ଡ’ ଲେଖାଯାଇଛି । ଆୟକର ବିଭାଗ ଅଧିକାରୀ ପହଞ୍ଚି ଘଟଣାର ଯାଞ୍ଚ କରିଛନ୍ତି ।

ଜୟପୁର ପୋଲିସ କମିସନର୍ ଆନନ୍ଦ ଶ୍ରୀବାସ୍ତବ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଜୟପୁରସ୍ଥିତ ସରକାରୀ କାର୍ଯ୍ୟାଳୟ ଯୋଜନା ଭବନର ବେସମେଣ୍ଟ (ତଳଘରେ) ଥିବା ଆଲମାରିରେ ରଖାଯାଇଥିବା ଗୋଟାଏ ବ୍ୟାଗ୍ରୁ ୨.୩୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ପ୍ରାୟ ୧ କିଲୋ ସୁନା ବିସ୍କୁଟ୍ ମିଳିଛି । ସିଆରପିସି ଧାରା ୧୦୨ ଅନୁଯାୟୀ, ପୋଲିସ ଉକ୍ତ ନୋଟଗୁଡ଼ିକୁ ଜବତ କରିଛି ।

ପୋଲିସ ଘଟଣାର ୮ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଏହାସହିତ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସିଲା ତାହାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.